ସ୍ବାଇନ୍ ଫ୍ଲୁରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୯କୁ ଛୁଇଁଲା

.

Published On: Aug 12, 2017 04:09 PM IST | Updated On: Aug 12, 2017 07:42 AM IST |   106

କଟକ:ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ୩ ଜଣ ସ୍ୱାଇନ୍ ଫ୍ଲୁ ରୋଗୀଙ୍କର ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ମେଡିକାଲ୍ କଲେଜରେ ମୃତୁ୍ୟ ଘଟିଛି ।  ଦୁଇ ଜଣ ଡାକ୍ତରଙ୍କ ସମେତ ୯୬ ଜଣ ଲୋକ ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି । ଭି.ଏସ୍.ଏସ୍. ମେଡିକାଲ୍ କଲେଜ ହସ୍ପିଟାଲ ଗବେଷଣାଗାରରେ ପରୀକ୍ଷା କରାଥିବା ୩୦ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୧୨ ଜଣଙ୍କ ରକ୍ତରେ ସ୍ୱାଇନ୍ ଫ୍ଲୁ ଭୁତାଣୁ ମିଳିଛି । ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହର୍ଦା କଟକ ବଡ଼ ଡାକ୍ତରଖାନା ଗସ୍ତ କରିଥିଲେ। 

ସୂଚନା ଯୋଗ୍ୟ ଯେ, ଗତକାଲି ଏସସିବି ଓ ବୁର୍ଲାରେ ସ୍ୱାଇନ ଫ୍ଲୁରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।  

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର