ଧ୍ୱାୱନଙ୍କ ଶତକ, ଭାରତ ୩୨୯/୬

ଭାରତ-ଶ୍ରୀଲଙ୍କା ୩ୟ ଟେଷ୍ଟ

Copy Editor | Published On: Aug 12, 2017 03:48 PM IST | Updated On: Aug 12, 2017 10:00 AM IST |   264

ପାଲ୍ଲେକେଲେ : ବିଗତ ଦୁଇଟି ଟେଷ୍ଟ ଭଳି ଭାରତ ଶେଷ ଟେଷ୍ଟରେ କିଛି କମାଲ କରିପାରି ନାହିଁ।  ଶିଖର ଧାୱନଙ୍କ ୧୧୯ ଏବଂ କେ.ଏଲ ରାହୁଲଙ୍କ ୮୫ ରନ କରିବା ପରେ ମଧ୍ୟ ଭାରତ ନିଜର ସ୍ଥିତି ସୁଦୃଢ କରିବାରେ ବିଫଳ ହୋଇଛି।  ଭାରତ ଓ ଶ୍ରୀଲଙ୍କା ମଧ୍ୟରେ  ଚଳିତ ଟେଷ୍ଟ ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ଶନିବାର ଠାରୁ ପାଲ୍ଲେକେଲେ ନେସନାଲ ଷ୍ଟାଡିୟମରେ ଆରମ୍ଭ ହୋଇଛି  । ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତି ନେଇ ପ୍ରଥମ ଦିନର ଖେଳଶେଷ ସୁଦ୍ଧା ୬ ୱିକେଟ ହରାଇ ୩୨୯ ରନ ସଂଗ୍ରହ କରିଛି।  ପ୍ରଥମ ଦୁଇଟି ଟେଷ୍ଟ ଭଳି ଏଥର ପ୍ରଥମ ଇନିଂସରେ ଅଧିକ ସ୍କୋର କରିବାରେ ବିଫଳ ହୋଇଛି। ଧାୱନ ଓ ରାହୁଲଙ୍କ ପରେ କୋହଲି ୪୨ରନ କାରି ଆଉଟ ହୋଇଛନ୍ତି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଋଦ୍ଧିମାନ ଶାହା ଓ ହାଦ୍ରିକ ପାଣ୍ଡ୍ୟା ଅପରାଜିତ ଅଛନ୍ତି। ଫର୍ମରେ ଥିବା ଶିଖର ଧାୱନଙ୍କ ୧୧୯ ରନ କରି  ଟେଷ୍ଟ କ୍ରିକେଟରେ  ଷଷ୍ଠ ଶତକ ହାସଲ କରିଛନ୍ତି  । ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସ ମ୍ୟାନ ଚେତେଶ୍ୱର ପୂଜାରା କିନ୍ତୁ ଏଥର ଫେଲ୍‌ ମାରି ମାତ୍ର ୮ରନରେ ଆଉଟ ହୋଇଛନ୍ତି  । 

ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହେବା  ସହିତ ସିରିଜ ଜିତି ୨-୦ରେ ଆଗୁଆ ଥିବା ବେଳେ ସିରିଜ ମୂଳପୋଛ କରିବାର ଲକ୍ଷ୍ୟ ରଖିଛି  । ପ୍ରଥମ ଟେଷ୍ଟରେ ଭାରତ ୩୦୪ରନ୍‌ ରେ ବିଜୟୀ ହୋଇଥିବା ବେଳେ ୨ୟ ଟେଷ୍ଟରେ ଏକ ଇନିଂସ ଓ ୫୩ ରନରେ ବିଜୟୀ ହୋଇଥିଲା  । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରି  ଭାରତୀୟ ଦଳ ସିରିଜ ବିଜୟୀ ହୋଇଛି  । ତେବେ ଏହି ମ୍ୟାଚର ପ୍ରଥମ ଦିନରେ ମଧ୍ୟମକ୍ରମ ବ୍ୟାଟ୍ସ ମ୍ୟାନ ମାନଙ୍କ ବିଫଳତା ପାଇଁ  ଦଳ ପ୍ରଥମ ଇନଂରେ ଅଧିକ ସ୍କୋର କରି ପାରି ନାହିଁ।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି