ପ୍ରିୟଙ୍କା ଚୋପ୍ରା ଏବେ ଲଗାଉଛନ୍ତି ୭୦ ହଜାର ଟଙ୍କିଆ ଆଣ୍ଟି ଏଜିଂ କ୍ରିମ

.

Published On: Aug 12, 2017 02:11 PM IST |   1581

ପ୍ରିୟଙ୍କା ଚୋପ୍ରା ଏବେ ଲଗାଉଛନ୍ତି ୭୦ ହଜାର ଟଙ୍କିଆ ଆଣ୍ଟି ଏଜିଂ କ୍ରିମ

ବଲିଉଡରେ ବରେଲୀ ଝିଅ ଭାବେ ଜଣାଯାଉଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ହଲିଉଡରେ ଖୁବ୍ ବ୍ୟସ୍ତ। ୩୫ ବର୍ଷୀୟା ପ୍ରିୟଙ୍କା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିବା ପରେ ତାଙ୍କ ଜୀବନଶୈଳୀ କିଛିଟା ପରିବର୍ତ୍ତିତ ହୋଇଥିଲା। ହେଲେ ବଲିଉଡରେ ପାଦ ଥାପିବା ପରେ ତାଙ୍କର ପୁନର୍ଜନ୍ମ ହେଲା। କାରଣ ତାଙ୍କ ବେଶପୋଷାକ ଠାରୁ କଥା କହିବାର ଶୈଳୀ, ଖାଦ୍ୟପେୟ ଓ ସୌନ୍ଦର୍ଯ୍ୟ ସଚେତନତା କାମରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଥିଲା। ବିଶ୍ୱ ରେ ଯେ କୌଣସି ପ୍ରାନ୍ତରେ ଥିଲେ ମଧ୍ୟ ପ୍ରିୟଙ୍କା ନିଜ ସାଥୀରେ ନିଜ ମିନି ବକ୍ସକୁ ସବୁବେଳେ ନେଇକରିଯାନ୍ତି। ଏଥିରେ ତାଙ୍କ ମେକଅପ୍ ଜିନିଷ ସହ ଘରୋଇ ସୌନ୍ଦର୍ଯ୍ୟ ସାମଗ୍ରୀ ରହିଛି। ଏହି ବଲିଉଡ ସୁନ୍ଦରୀ ସବୁଠୁ ଅଧିକ ନିଜ ଆଖିକୁ ନେଇ ସଚେତନ। ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ଏକ ଚଳଚ୍ଚିତ୍ରରେ କାମ କରୁଥିବାବେଳେ ଅମିତାଭ ତାଙ୍କୁ କହିଥିଲେ, ପ୍ରିୟଙ୍କା ୟୁ ହାଭ୍ ଟେରିଫିକ୍ ଆଇଜ୍‌। ଟେକ୍ କେୟାର୍ ଅଫ୍ ଦେମ୍। ଏହି ଘଟଣା ପରଠାରୁ ଯେପରି ପ୍ରିୟଙ୍କା ଆଖିକୁ ନେଇ ଅଧିକ ଯତ୍ନବାନ୍ ହୋଇପଡ଼ିଥିଲେ। ସେ ନିଜେ ହିଁ କହିଥିଲେ ସବୁଠୁ ଦାମୀ ଓ ନାମକରା କମ୍ପାନୀର ଆଇ ମେକଅପ୍ ସେ ଆଖିରେ ଲଗାଇଥାନ୍ତି। ୬ ବର୍ଷରୁ ଅଧିକ ସମୟ ହେଲାଣି, ପ୍ରିୟଙ୍କା ଅଷ୍ଟ୍ରେଲୀୟ କମ୍ପାନୀର ଆଣ୍ଟ-ଏଜିଙ୍ଗ ଆଇ କ୍ରିମ୍ ବ୍ୟବହାର କରୁଛନ୍ତି। ଏହି ଆଇକ୍ରିମ୍ ୫୦ ମିଲିର ମୂଲ୍ୟ ୭୦ହଜାର ଟଙ୍କା। ଏହା କେବଳ ଲଣ୍ଡନର ଗୋଟିଏ ସପିଂ ମଲରେ ଉପଲବ୍ଧ ହୋଇଥାଏ। 

 

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |