ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହସ୍ତୀ ଦିବସ ପାଳିତ

.

Published On: Aug 12, 2017 01:57 PM IST | Updated On: Aug 12, 2017 04:28 AM IST |   92

ନନ୍ଦନକାନନ:   ଶନିବାର ହସ୍ତୀ ଦିବସ । ଏଥିପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହସ୍ତୀ ଦିବସ ପାଳିତ ହୋଇଛି । ପ୍ରାଣୀ ଉଦ୍ୟାନରେ ଥିବା ପ୍ରେମା, ବାସନ୍ତୀ, ହୀରା, ଜୁଲି, ଗୌରୀ, ଚନ୍ଦନ ଓ କମଳା ହାତୀଙ୍କୁ ନେଇ ଏହି ଉତ୍ସବ ପାଳନ କରାଯାଇଛି । ଏମାନଙ୍କୁ  ସକାଳୁ  ସକାଳୁ  କାଞ୍ଜିଆ ହଦ୍ରରେ  ସ୍ନାନ କରାଇ  ପିଠିରେ ବିଭିନ୍ନ ରଙ୍ଗ ବେରଙ୍ଗର   ଚିତ୍ର କରାଯାଇଥିଲା । ବେଶ ସୁନ୍ଦର ବେଶରେ ହାତୀମାନଙ୍କୁ ଚିତ୍ରିତ କରାଯାଇଥିଲା। ହାତୀମାନଙ୍କର ଏହି ବେଶ  ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲା।  ବିଶେଷକରି ଏହି ଉତ୍ସବରେ ୬ ବର୍ଷର ଗୌରୀ ଓ ୫ ବର୍ଷର  କମଳା ହାତୀ  ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ବିନ୍ଦୁ ରହିଥିଲେ।  ହାତୀ ମାହୁନ୍ତ  ସୁବ୍ରତ ସିଂ ଓ ଅର୍ଜୁନ ଖମାରୀ ହାତୀମାନଙ୍କୁ ନେଇ ରୋଚକ କ୍ରୀଡା କୈାଶଳ ଦେଖାଇଥିଲେ । ହାତୀ ଓ ମଣିଷ ମଧ୍ୟରେ ସୁସମ୍ପର୍କ ପାଇଁ ଏହି ଉତ୍ସବ ସହାୟକ ହେବହ ବୋଲି  ପିସିସିଏଫ ସନ୍ଦୀପ୍ତ  ତ୍ରିପାଠୀ  ଓ ନନ୍ଦନକାନନ ନିର୍ଦେଶକ  ଶିଶିର କୁମାର ଆଚାର୍ଯ୍ୟ  କହିଛନ୍ତି।

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି