ପାକିସ୍ତାନରୁ କଟକ ସଂପୃକ୍ତି ସନ୍ଦେହ:୧୦୪ ନକଲି ଏଟିଏମ୍ କାର୍ଡ ଜବତ

.

Published On: Aug 12, 2017 01:10 PM IST | Updated On: Aug 12, 2017 03:41 AM IST |   858

କଟକ: କଟକରେ ଚାଲିଥିଲା କଳାଟଙ୍କା କାରବାର । ଜାଲ୍‌ ଏଟିଏମ ପ୍ରସ୍ତୁତ କରି ଏକ ସଂଗଠିତ ରାକେଟ ବିଭିନ୍ନ ବ୍ୟକ୍ତିଙ୍କ ଜମାଖାତାରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଏକ ସଂଗଠିତ ରାକେଟଟ ଜରିଆରେ ସେମାନେ ଏହି କଳାଧନ କାରବାର ଅନାୟସରେ ଚଳାଇଥିଲେ । ଛତିଶଗଡ ପୁଲିସ ଶୁକ୍ରବାର କଟକରୁ ଏଭଳି ରାକେଟର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଫଳରେ ଏହି ଘଟଣା ଏବେ ଲୋକଲୋଚନକୁ ଆସିଛି । ୩ ଅଭିଯୁକ୍ତ କଟକରୁ ଗିରଫ ହେବା ପରେ ସହରରେ ସୃଷ୍ଟି ହୋଇଛି ଆଲୋଡ଼ନ । ବିଭିନ୍ନ ବ୍ୟାଙ୍କର ନକଲି ଖାତା (ଆକାଉଣ୍ଟ) ଖୋଲି କଳାଧନ କାରବାର କରୁଥିôବା ୩ ଯୁବକଙ୍କୁ ମର୍କତନଗର ପୁଲିସ ସହାୟତାରେ ଛତିଶଗଡ ପୁଲିସ ଗିରଫ କରବା ସମୟରେ ସେମାନଙ୍କଠାରୁ ୧୦୪ଟି ଜାଲ ଏଟିଏମ୍ କାର୍ଡ ସହିତ ନଗଦ ୫୪ ହଜାର ୯୦୦ ଟଙ୍କା ଜବତ କରିଛି  । ଗିରଫ ଅଭିଯୁକ୍ତ ହେଲେ ସିଡିଏ, ମର୍କତନଗର ସେକ୍ଟର-୯ରେ ଭଡ଼ାରେ ରହୁଥିବା ସୋନୁ ସିଂହ ଓରଫ ଧୀରଜ ରାଓ, କେନ୍ଦ୍ରାପଡ଼ା ନିବାସୀ ତଥା ମର୍କତନଗରରେ ରହୁଥିବା ସ୍ୱପ୍ନଜିତ୍‌ ପ୍ରଧାନ ଓ ଜନ୍ମେଜୟ ଦାସ । ୩ ଅଭିଯୁକ୍ତଙ୍କୁ ପୁଲିସ ରାତିରେ ଛତିଶଗଡ ନେଇଯାଇଛି । 

ଛତିଶଗଡ ରାଜନନ୍ଦଗାଓଁର ଜଣେ ୭୫ବର୍ଷ ମହିଳାଙ୍କୁ ପାକିସ୍ତାନରୁ ବାରମ୍ବାର ଫୋନ ଆସିଥିଲା । ୧୦ଲକ୍ଷ ଟଙ୍କା ନ ଦେଲେ ତୁମ ଝିଅଙ୍କୁ ହତ୍ୟା କରାଯିବ ବୋଲି ଫୋନରେ ଧମକ ମିଳୁଥିଲା । ଫୋନ ଅଭିଯୁକ୍ତମାନେ ଦେଇଥିବା ୧୦ଟି ଆକାଉଣ୍ଟରେ ମହିଳାଜଣକ ଦାବି ମୁତାବକ ଅର୍ଥ ପୈଠ କରିଥିଲେ । ପରେ ଏ ସମ୍ପର୍କରେ ସେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ । ଅଭିଯୋଗ ପାଇ ଛତିଶଗଡ଼ ପୁଲିସ ତନାଘନା କରିଥିଲା । ସମ୍ପୃକ୍ତ ମହିଳା ଜମା କରିଥିବା ଅର୍ଥର ୧ ଲକ୍ଷ ୬୦ ହଜାର ଟଙ୍କା ମର୍କତନଗର ସେକ୍ଟର-୯ରେ ରହୁଥିବା ସୋନୁ ସିଂହଙ୍କ ଆକାଉଣ୍ଟକୁ ଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ତଦନ୍ତ ସମୟରେ ମର୍କତନଗରରେ ଏପରି କୌଣସି ବ୍ୟକ୍ତି ରହୁନଥିବା ଜଣାପଡିଥିଲା । ପୁଲିସ ଉକ୍ତ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲା । ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯିବା ସମୟରେ ଦିଆଯାଇଥିବା ଫଟୋ ହାସଲ କରି ପୁଲିସ ଧୀରଜକୁ ଧରିବାରେ ସମର୍ଥ ହୋଇଥିଲା । ଧୀରଜକୁ ଯାଞ୍ଚ କରିବା ପରେ ତା’ ନିକଟରୁ ୫୪ହଜାର ୯ଶହ ଟଙ୍କା ସହିତ ୧୦ଟି ବିଭିନ୍ନ ବ୍ୟାଙ୍କ୍‌ର ଏଟିଏମ୍‌ କାର୍ଡ ଜବତ କରିଥିଲା । ଧୀରଜର ସୂଚନା ଅନୁଯାୟୀ ପୁଲିସ ୯୪ଟି ଏଟିଏମ କାର୍ଡ ସହିତ ଅବଶିଷ୍ଟ ଟଙ୍କା ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା । ତାକୁ ପଚରାଉଚୁରା କରାଯିବା ପରେ ସେ ନକଲି ଏଟିଏମ୍‌ କାର୍ଡ ତିଆରି କରୁଥିବା ସ୍ୱୀକାର କରିଛି । ଏହି ଘଟଣା ପଛରେ ବିହାର, କୋଲକତା ସହିତ ଅନ୍ୟାନ୍ୟ ସ୍ଥାନରେ ଏକ ବଡ଼ ଧରଣର ର୍ୟାକେଟ୍‌ କାର୍ଯ୍ୟ କରୁଥିବା ପୁଲିସକୁ ଧୀରଜ କହିଥିଲା । ଏହି ରାକେଟ୍‌ର ସଦସ୍ୟମାନେ ଲୋକଙ୍କୁ ଧମକ ଚମକ ଦେଇ ଆଦାୟ କରୁଥିବା ଅର୍ଥ ଏହି ସବୁ ନକଲି ଆକାଉଣ୍ଟ ନମ୍ବରକୁ ଆସିଥାଏ । ଉକ୍ତ ଅର୍ଥ ସେମାନେ ବାଣ୍ଟି ନେଇଥାନ୍ତି ବୋଲି ଧୀରଜ ସୂଚନା ଦେଇଛି । ତନାଘନା ପରେ ଏଭଳି କାରବାରରେ ସଂପୃକ୍ତ ଥିବା ୱେଷ୍ଟଏଣ୍ଡ ହସ୍‌ପିଟାଲରେ କାର୍ଯ୍ୟକରୁଥିବା ଅନ୍ୟ ଦୁଇ ଅଭିଯୁକ୍ତ ଜନ୍ମେଜୟ ଓ ସ୍ୱପ୍ନଜିତ୍‌ଙ୍କୁ ଗିରଫ କରାଯିବା ସହିତ ସମସ୍ତଙ୍କୁ ଛତିଶଗଡ଼ ପୁଲିସ ଜିମା ଦିଆଯାଇଥିବା ମର୍କତନଗର ଥାନା ଇନ୍ସପେକ୍ଟର ଦେବେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ ଏହା କେବଳ ଭାରତ ଭିତରେ ନୁହେଁ; ଏହି କାରବାରର ମୁଖ୍ୟଉତ୍ସ ପାକିସ୍ତାନରେ ଥିବା ଅନୁମାନ କରାଯାଉଛି ।

ପ୍ରକାଶଥାଉକି, ବେଆଇନ ସିମ୍‌ବକ୍ସ ଜରିଆରେ ଦୁବାଇରୁ ଫୋନ୍‌କରି ଦାଦାବଟି ଆଦାୟ କରିବାକୁ ଧମକ ଦେବା ଘଟଣାରେ ମୁମ୍ବଇ କ୍ରାଇମ୍‌ ବ୍ରାଞ୍ଚ ପୁଲିସ ବ୍ରହ୍ମପୁରରୁ ୪ ଜଣଙ୍କୁ ଗିରଫ କରିଥିଲେ । 

 

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର