ମେକଅପ୍ ନେବା ପୂର୍ବରୁ ଏ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

.

Published On: Aug 12, 2017 12:40 PM IST |   254

ପାର୍ଟି ହେଉ କିମ୍ବା କୌଣସି ପର୍ବପର୍ବାଣି, ଯୁବତୀ ଓ ମହିଳାମାନେ ପୂର୍ଣ୍ଣ ମେକଅପରେ ଉପସ୍ଥିତ ରହିବାକୁ ନିଜ ଅଧିକାର ମନେକରିଥାନ୍ତି। ହେଲେ ବର୍ଷାଦିନେ ମେକଅପ୍ ନେଲେ ତାହା ତ୍ବଚାରେ ଅଧିକ ସମୟ ରହିନଥାଏ। ତେଣୁ କେତୋଟି ଟିପ୍ସ ମାନିଲେ, ମେକଅପ୍ ସମ୍ପୂର୍ଣ୍ଣ ଠିକ୍ ରହିବ।

ମେକଅପ୍ ନେବା ପୂର୍ବରୁ ତ୍ବଚାକୁ ଭଲଭାବରେ ସଫା କରିନେବା ଉଚିତ। ଏହା ପରେ କପଡ଼ାରେ ବରଫଖଣ୍ଡ ଗୁଡ଼ାଇ ତ୍ବଚାକୁ ୧୦ ମିନିଟ୍ ମାଲିସ୍ କରନ୍ତୁ। ଏପରି କଲେ ତ୍ବଚାରୁ ଶୀଘ୍ର ଝାଳ ବାହାରେନାହିଁ।

ଭଲ କମ୍ପାନୀର ସିରମ୍ ମଧ୍ୟ ତ୍ବଚାରେ ଲଗାଇଲେ ମେକଅପ୍ ଶୀଘ୍ର ଛାଡ଼େନାହିଁ।

ବର୍ଷାଦିନେ ବଜାରରେ ଉପଲବ୍ଧ ହେଉଥିବା ୱାଟରପ୍ରୁଫ୍ ଆଇ-ମେକଅପର ପ୍ରୟୋଗ କରନ୍ତୁ। ଫାଉଣ୍ଡେସନ୍ ଓ ବ୍ଳସର ପ୍ରୟୋଗ ଏହିଦିନେ ନ କରିବା ଉଚିତ।

ଲିପଷ୍ଟିକ୍ ବଦଳରେ ଲିପ୍-ଗ୍ଲସ୍ ଏହିଦିନେ ତ୍ବଚାରେ ପ୍ରୟୋଗ କରିବା ଭଲ।

 

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି