ସାବଧାନ ! ସେଲଫି ପାଇଁ ଖୁବ ଜଲଦି ନଷ୍ଟ ହୋଇପାରେ ଆପଣଙ୍କ ଚେହେରା

ସାବଧାନ ! ସେଲଫି ପାଇଁ ଖୁବ ଜଲଦି ନଷ୍ଟ ହୋଇପାରେ ଆପଣଙ୍କ ଚେହେରା

| Published On: Aug 12, 2017 03:04 AM IST |   1016

ଆପଣଙ୍କର ସେଲଫି ଉଠାଇବାର ଅଭ୍ୟାସ ଅଛି କି ? ସାବଧାନ ଏହାଦ୍ୱାରା ଖୁବ ଜଲଦି ଆପଣଙ୍କ ଚେହେରା ନଷ୍ଟ ହେବା ସହ ଆପଣ ବୟସ୍କଙ୍କ ପରି ଦେଖାଯିବେ ।

ଆସନ୍ତୁ ଜାଣିବା ସେଲଫିର ଭୟଙ୍କର ପ୍ରଭାବ ସମ୍ବନ୍ଧରେ ....

୧)ଡାକ୍ତରଙ୍କ କହିବା ଅନୁଯାୟୀ ସେଲଫି ଦ୍ୱାରା ସ୍କିନ ବା ଚର୍ମ କ୍ଷତିଗ୍ରସ୍ତ ହୋଇଥାଏ । କାରଣ ସେଲଫି ନେବା ଦ୍ୱାରା ମୋବାଇଲ ଫୋନରୁ ପଡୁଥିବା ଲାଇଟ ଓ ରେଡିଏସନ ଦ୍ୱାରା ସ୍କିନ ଡ୍ରାଏ ଅଥବା ଶୁଷ୍କ ହୋଇଯାଇଥାଏ ।ଏକ ସର୍ଭେ ମୁତାବକ ମୋବାଇଲ ଫୋନରୁ ପଡୁଥିବା ଲାଇଟ ଓ ରେଡିଏସନ ସୂର୍ଯ୍ୟ କିରଣ ଅପେକ୍ଷା ୩ଗୁଣ ଚର୍ମକୁ କ୍ଷତି କରିଥାଏ ।

୨)ସ୍କିନ ସ୍ପେଶାଲିଷ୍ଟଙ୍କ କହିବା ଅନୁଯାୟୀ ଲଗାତାର ସ୍ମାର୍ଟ ଫୋନର ଲାଇଟ ଓ ରେଡିଏସନ ପଡିବା ଦ୍ୱାରା ଚେହେରା ବୟସ୍କଙ୍କ ପରି ଦେଖାଯିବା ସହ ଏଥିରେ କୁଞ୍ଚ ପଡିଥାଏ । ମୋବାଇଲ ତରଙ୍ଗ ଡିଏନଏକୁ ନଷ୍ଟ କରୁଥିବାରୁ ସ୍କିନର ନେଚୁରାଲ ରିପେୟାର କ୍ଷମତା ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଥାଏ ।

୩)ଡାକ୍ତରଙ୍କ କହିବା ଅନୁସାରେ ଲଗାତାର ସେଲଫି ନେବା ଦ୍ୱାରା ଆପଣ ‘ସେଲଫି ଏଲବୋ’ ନାମକ ରୋଗରେ ପୀଡିତ ହୋଇପାରନ୍ତି । ଏହା ଏକ ପ୍ରକାର ରୋଗ ଯେଉଁଥିରେ ଆପଣଙ୍କ  ହାତର କହୁଣୀରେ କଷ୍ଟ ଅନୁଭବ ହୋଇଥାଏ ।

Tags:

Like Us

Breaking News

କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ