ଶନିବାର ରାଶିଫଳ

ଶନିବାର ରାଶିଫଳ

Published On: Aug 12, 2017 01:08 AM IST | Updated On: Aug 12, 2017 05:52 PM IST   2278

ଶନିବାର ରାଶିଫଳ

Copy Editor

ମେଷ: ପେଟରେ ବ୍ୟଥା ଅନୁଭବ କରିପାରନ୍ତି । ଅନେକ କ୍ଷେତ୍ରରେ ପଥରୋଧର ସମ୍ମୁଖୀନ ହେବେ । ଅର୍ଥ ପ୍ରାପ୍ତି ସହିତ ବ୍ୟୟ ବୃଦ୍ଧି ଘଟିପାରେ । ଚଞ୍ଚଳ ଚେଷ୍ଟିତ ହେବେ; ମାତ୍ର ପରିଶ୍ରମ ବୃଥା ହେବାର ସମ୍ଭାବନା ଅଛି ।

ବୃଷ: ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପରିଶ୍ରମ ଫଳଦାୟକ ହେବ । କର୍ମକ୍ଷେତ୍ରରୁ ସୁଫଳ ମିଳିବ । ବ୍ୟବସାୟରୁ ଆଶାନୁରୂପ ଲାଭ ମିଳିବ । ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟିବ । ସୁସ୍ଥ ରହିବେ ।

ମିଥୁନ: ଦେହ ଓ ମନ ଭଲ ରହିବ । ସୁଖ ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ନିଷ୍ପତ୍ତି ନେବେ ।

କର୍କଟ: ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ଆନନ୍ଦ ଉସôବ ମଧ୍ୟରେ ଦିନଟି ଅତିବାହିତ କରିପାରନ୍ତି । ଅର୍ଥ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

ସିଂହ: ଆୟରେ ଉନ୍ନତି ଘଟିପାରେ; ମାତ୍ର ଧନକ୍ଷୟ ହେବାର ସମ୍ଭାବନା ଅଛି । ଶାରୀରିକ ଓ ମାନସିକ ସ୍ତରରେ କ୍ଳେଶ ଅନୁଭବ କରିପାରନ୍ତି । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ ବୁଝିବେ । ଦିନସାରା ସତର୍କ ରହିବେ ।

କନ୍ୟା: ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ । ପରିସ୍ଥିତି ଅନୁକୂଳ ରହିଛି । ନୂତନ ଯୋଜନାରେ ଉପକୃତ ହେବେ । କାର୍ଯ୍ୟରେ ସଫଳତା ମିଳିବ ।

ତୁଳା: ଧର୍ମ ବିଶ୍ୱାସ ବୃଦ୍ଧି ହୋଇପାରେ । ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ମନରେ ସରସତା ଆସିବ । ଲୋକ ସମ୍ପର୍କ ବୃଦ୍ଧି ହେବ । ବ୍ୟବସାୟରେ ଅଧିକ ଲାଭବାନ୍‌ ହୋଇପାରନ୍ତି । ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ କାର୍ଯ୍ୟ ସମ୍ପାଦନ କରିବେ ।

ବିଛା: ଶତ୍ରୁଠାରୁ ଉଧୁରି ଯିବେ । ପଠନ, ଲିଖନ ପାଇଁ ପ୍ରଶଂସା ମିଳିବ । କୁଶଳ ସମାଚାର ପାଇ ଖୁସି ହେବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଚଞ୍ଚଳ ଚେଷ୍ଟିତ ହେବେ । ଅଜଣା ଲୋକଙ୍କୁ ଦୂରେଇ ଦେବା ଭଲ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।

ଧନୁ: ଲୋକପ୍ରିୟତା ବୃଦ୍ଧି ହେବ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ପରିଶ୍ରମର ଫଳ ମିଳିବ । ଧର୍ମ କାର୍ଯ୍ୟରେ ମନ ଦେବେ । ଯାନ-ବାହନ ସୁଖ ମିଳିବ । ଗୃହ ସୁଖ ମିଳିବ ।

ମକର: କର୍ମକ୍ଷେତ୍ରରେ ଉନ୍ନତି ଘଟିବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ଅଧିକ ଦାୟିତ୍ୱ ବହନ କରିବେ । ଚିନ୍ତାବଢ଼ିପାରେ । ସତ୍‌ସଙ୍ଗୀ ହୋଇପାରନ୍ତି । ତେଜୀୟାନ୍‌ ହେବେ । ଧନଲାଭର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟୀ ହେବେ ।

କୁମ୍ଭ: ଆଶା କରୁ ନ ଥିବା ଘଟଣା ଘଟିପାରେ । ଲୋଭ ସମ୍ବରଣ କରି ମହାନତାର ପରିଚୟ ସୃଷ୍ଟି କରିବେ । କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନ ଯୁକ୍ତ, ଚଞ୍ଚଳମନା, ହୃଷ୍ଟଚିତ୍ତ କୀର୍ତ୍ତିମାନ ହେବେ ।

ମୀନ: କର୍ମକ୍ଷେତ୍ରରେ କାର୍ଯ୍ୟ ବ୍ୟସ୍ତ ରହି ସଫଳତା ହାସଲ କରିବେ । ସ୍ୱାଧୀନ ଚେତା ହେବେ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ସୁଖ ମିଳିବ । ଗୁଣଜ୍ଞ ହୋଇପାରନ୍ତି ।

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |