ପ୍ରସୂନ ଜୋଷୀ ସେନସର ବୋର୍ଡର ନୂଆ ଅଧ୍ୟକ୍ଷ

ପହଲାଜ ନିହାଲାନି ବହିଷ୍କୃତ

Copy Editor | Published On: Aug 11, 2017 10:36 PM IST |   153

ନୂଆଦିଲ୍ଲୀ : ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ (ସିବିଏଫସି) ବା ସେନସର ବୋର୍ଡର ଅଧ୍ୟକ୍ଷ ପଦରୁ ପହଲାଜ ନିହାଲାନିଙ୍କୁ ଶୁକ୍ରବାର ବହିଷ୍କାର କରାଯାଇଛି । ତାଙ୍କ ସ୍ଥାନରେ ପ୍ରତିଷ୍ଠିତ ଗୀତିକାର ତଥା କବି ପ୍ରସୂନ ଜୋଷୀଙ୍କୁ ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା ଗଣମାଧ୍ୟମ ରିପୋର୍ଟରୁ ଜଣାଯାଇଛି । ୨୦୧୫ ଜାନୁଆରୀରେ ନିହାଲାନିଙ୍କୁ ସେନସର ବୋର୍ଡର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଥିଲା । ନିଯୁକ୍ତି ପରଠାରୁ ସେ ବିବାଦ ଘେରରେ ରହିଆସିଥିଲେ । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ତାଙ୍କର ମନ୍ତବ୍ୟକୁ ନେଇ ବିବାଦରେ ରହିଥିଲେ । ତାଙ୍କର ତିନିବର୍ଷିୟା ଅବଧି ଜାନୁଆରୀ ୨୦୧୮ରେ ଶେଷ ହେବାକୁ ଥିଲା । 

Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି