ଜନ୍ମାଷ୍ଟମୀରେ ଚୀନ ସାମଗ୍ରୀ ବର୍ଜନ

ଜନ୍ମାଷ୍ଟମୀରେ ଚୀନ ସାମଗ୍ରୀକୁ ବର୍ଜନ

Published On: Aug 11, 2017 10:20 PM IST |   159

ଜନ୍ମାଷ୍ଟମୀରେ ଚୀନ ସାମଗ୍ରୀ ବର୍ଜନ

Copy Editor

 

ମଥୁରା : ଆସନ୍ତା ସୋମବାର ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ  । ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲିଳାଧାମ କୁହାଯାଉଥିବା ବୃନ୍ଦାବନର କୌଣସି ମନ୍ଦିରରେ ସାଜସଜ୍ଜା ପାଇଁ ଚୀନ ସାମଗ୍ରୀ ବ୍ୟବହୃତ ହେବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଜନ୍ମାଷ୍ଟମୀ ପାଇଁ ମନ୍ଦିର ମାଳିନୀ ବୃନ୍ଦାବନ ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜା ହୋଇଥାଏ । ବର୍ତ୍ତମାନ ସିକ୍କିିମ ସୀମାକୁ ନେଇ ଭାରତ ଓ ଚୀନ ମୁହାଁମୁହିଁ ଅବସ୍ଥାରେ ଥିବାରୁ ଜନ୍ମାଷ୍ଟମୀରେ ଏଠାକାର କୌଣସି ମନ୍ଦିରରେ ଚୀନ ନିର୍ମିତ ଲାଇଟ୍‌ ବ୍ୟବହାର କରାଯିବ ନାହିଁ ବୋଲି ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ସମ୍ପାଦକ କପିଳ ଶର୍ମା ଜଣାଇଛନ୍ତି । ସଂସ୍ଥାର ଏଭଳି ନିଷ୍ପତ୍ତିକୁ ବୃନ୍ଦାବନରେ ବାସ କରୁଥିବା ସାଧୁ, ମହନ୍ତ ଓ ସାଧାରଣ ନାଗରିକମାନେ ଦୃଢ ସମର୍ଥନ ଜଣାଇଛନ୍ତି । ଏପରିକି ଚୀନରୁ କୌଣସି ସାମଗ୍ରୀ ଆମଦାନୀ ନ କରିବାକୁ ସଂସ୍ଥା ପକ୍ଷରୁ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।  

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |