କ୍ଲିନ୍ ସୁଇପ୍‌ ଲକ୍ଷ୍ୟରେ ଭାରତ

୩ୟ ଟେଷ୍ଟ ଆସନ୍ତାକାଲି ଠାରୁ

Copy Editor AH | Published On: Aug 11, 2017 06:46 PM IST | Updated On: Aug 11, 2017 09:19 AM IST |   304

ପାଲ୍ଲେକେଲେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ୍‌ର ତୃତୀୟ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଠାରୁ ପାଲ୍ଲେକେଲେ  ନେସନାଲ ଷ୍ଟାଡିୟମରେ ଆରମ୍ଭ ହେଉଛି  । ପ୍ରଥମ ୨ଟି ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟୀ ହୋଇ ୨-୦ରେ ଆଗୁଆ ଥିବା ବେଳେ କ୍ଲିନ ସୁଇପ୍‌ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ  । ପ୍ରଥମ ଟେଷ୍ଟରେ ଭାରତ ୩୦୪ରନ୍‌ ରେ ବିଜୟୀ ହୋଇଥିବା ବେଳେ ୨ୟ ଟେଷ୍ଟରେ ଏକ ଇନିଂସ ଓ ୫୩ ରନରେ ବିଜୟୀ ହୋଇଥିଲା  । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରାଧାନ୍ୟ ବିସ୍ତାର କରି  ଭାରତୀୟ ଦଳ ସିରିଜ ବିଜୟୀ ହୋଇଛି  । ଅନ୍ୟପକ୍ଷରେ୨ୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମକ୍ରାର ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ତୃତୀୟ ଟେଷ୍ଟରୁ ନିଲମ୍ବିତ ହୋଇଛନ୍ତି । ଭାରତୀୟ ଦଳରେ ସ୍ଥାନ ପାଇଥିବା ନୂତନ ତଥା ଯୁବ ଖେଳାଳୀ କୁଲଦୀପ ଯାଦବ ଓ ଅକ୍ଷର ପଟେଲଙ୍କୁ ଏହି ମ୍ୟାଚରେ ଖେଳିବାର ସୁଯୋଗ  ମିଳିପାରେ  । ସେହିପରି ଶ୍ରୀଲଙ୍କା ଦଳରେ ମଧ୍ୟ କିଛି ପରିବର୍ତ୍ତନର ସମ୍ଭାବନାର ରହିଛି  ।

Tags:

Like Us

Breaking News

ତୃତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୮ ୱିକେଟରେ ପରାସ୍ତ କରିବା ସହିତ ଭାରତ ୨-୧ରେ ଦିନିକିଆ ସିରିଜ ବିଜୟୀ । ବିଶାଖାପାଟଣା ଦିନିକିଆରେ ଭାରତକୁ ୨୧୬ ରନ୍‌ ଟାର୍ଗେଟ ଦେଲା ଶ୍ରୀଲଙ୍କା କଟକ: ଟିକେଟ୍ ବିକ୍ରିକୁ ନେଇ ବାରବାଟୀରେ ଉତ୍ତେଜନା ବାଲେଶ୍ବର: ସୋର ଛପୋଲିଆରେ ଦୁର୍ଘଟଣା. ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର