ଲିପଷ୍ଟିକ ଲଗାଇବା ପୂର୍ବରୁ ଏ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

.

Published On: Aug 11, 2017 06:23 PM IST | Updated On: Aug 11, 2017 08:54 AM IST |   975

ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍ ହୁସୈନ୍ ନିଜ ୱେବସାଇଟରେ ନିୟମିତ ଭାବେ ଯୁବତୀ ଓ ମହିଳାଙ୍କୁ ବିଭିନ୍ନ ଟିପ୍ସ ଦେଇଥାନ୍ତି। ଷ୍ଟାଇଲିଶ୍ ତଥା ନିଜ ଓଠକୁ ଅଧିକ ଆର୍ଷଣୀୟ ଦେଖାଇବା ନିମନ୍ତେ ମହିଳାମାନେ ବିଭିନ୍ନ ରଙ୍ଗର ଲିପଷ୍ଟିକ୍ ଲଗାଇଥାନ୍ତି। ଏହାର ବ୍ୟବହାର କରିବା ପୂର୍ବରୁ ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍‌ଙ୍କ କେତୋଟି ଟିପ୍ସ

-  ମାସକୁ ଥରୁଟିଏ ନିଜ ଓଠକୁ ମଧ୍ୟ ଭଲଭାବେ ସ୍କ୍ରବ୍ କରିବା ଆବଶ୍ୟକ। ଏପରି କଲେ ଓଠରୁ ମୃତ କୋଷିକା ବାହାରିଯିବା ସହ ଓଠ ଫାଟିନଥାଏ। ଘରୋଇ ଉପାୟରେ ଏଥିପାଇଁ ଚିନି ଗୁଣ୍ଡ ଓ କଫି ଗୁଣ୍ଡ ବ୍ୟବହାର କରିବା ଉଚିତ।

-  ଶସ୍ତା କମ୍ପାନୀର ଲିପଷ୍ଟିକ୍ ଆଦୌ କିଣିବା ଉଚିତ୍ ନୁହେଁ। ଏହାକୁ ଓଠରେ ପ୍ରୟୋଗ କରିବା କ୍ଷତିକାରକ।

-  ଘରେ ଏକ୍ସପାରୀ ହୋଇଥିବା ଲିପଷ୍ଟିକକୁ କେବେହେଲେ ରଖନ୍ତୁ ନାହିଁ। ନିଜେ ଏସବୁ ଉପଯୋଗ କରନ୍ତୁ ନାହିଁ କିମ୍ବା ଅନ୍ୟମାନଙ୍କୁ ଦିଅନ୍ତୁ ନାହିଁ।

-  ଲିପଷ୍ଟିକ୍ ଓଠରେ ଲଗାଇଲାବେଳେ ସବୁବେଳେ ଓଠ ମଝିରୁ ପ୍ରୟୋଗ ଆରମ୍ଭ କରିବା ଉଚିତ। ଏହା ସଠିକ୍ ପ୍ରଣାଳୀ ବୋଲି ଶେହନାଜ୍ ପ୍ରକାଶ କରିଛନ୍ତି।

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ