'ଫୁକରେ'ର ଦ୍ୱିତୀୟ ଭାଗ ଡିସେମ୍ବରରେ ରିଲିଜ ହେବ

.

Published On: Aug 11, 2017 01:14 PM IST | Updated On: Aug 11, 2017 06:15 AM IST |   151

ଫରହାନ୍ ଅଖତର ପ୍ରଯୋଜିତ ‘ଫୁକରେ’ ଚଳଚ୍ଚିତ୍ର ୨୦୧୩ରେ ମୁକ୍ତିଲାଭ କରିଥିଲା। ସ୍ବଳ୍ପ ବଜେଟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଚମତ୍କାର ବ୍ୟବସାୟ କରିଥିଲା। ପ୍ରତ୍ୟେକ ପିଢ଼ିର ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଥିବା ଏହି ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ଡିସେମ୍ବରରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ନିକଟରେ ଏହାର ‘ଟିଜର’ ମୁକ୍ତିଲାଭ କରିଛି। ପ୍ରଯୋଜକ ଫରହାନ୍ ଗଣମାଧ୍ୟମକୁ କହିଛନ୍ତି, ଫୁକ୍ରେର ଦ୍ବିତୀୟ ଭାଗ ନିର୍ମାଣ ହେବା ଖୁବ୍ ଜରୁରୀ ଥିଲା। ପ୍ରଥମ ଭାଗ ନିର୍ମାଣବେଳେ ସେ ଦ୍ବନ୍ଦ୍ବରେ ଥିଲେ ଦର୍ଶକଙ୍କୁ ଏହି କାହାଣୀ ପସନ୍ଦ ଆସିବ ତ? ହେଲେ ସଫଳତା ଦେଖିବା ପରେ ସେ ନିଶ୍ଚିତ ଯେ ଦ୍ବିତୀୟ ଭାଗ ମଧ୍ୟ ବେଶ୍ ଆଦୃତ ହେବ। ପୁଲକିତ ସମ୍ରାଟ, ବରୁଣ ସମ୍ରାଟ, ଅଲି ଜାଫର, ମନଜୋତ ସିଂହ, ରିଚା ଚଢ଼ା ସମାନ ଭୂମିକାରେ ଦେଖାଦେବେ। ଏଥରକର କାହାଣୀ ଦର୍ଶକଙ୍କୁ ହସାଇହସାଇ ବେଦମ୍ କରିବ ବୋଲି ବରୁଣ ସାକ୍ଷାତକାରରେ କହିଛନ୍ତି। ଭୋଲି ପଞ୍ଜାବନ୍ ଭୂମିକାରେ ଅବତୀର୍ଣ୍ଣ ରିଚା ଦ୍ବିତୀୟ ଭାଗରେ ଅନ୍ୟମାନଙ୍କ ଉପରେ କିପରି ପ୍ରତିଶୋଧ ନେଉଛନ୍ତି, ତାହା ହିଁ କାହାଣୀ ବୋଲି ଫରହାନ୍ କହିଛନ୍ତି।  

Tags:

Like Us

Breaking News

କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଏସିଆ କପ୍‌ ହକି ଫାଇନାଲରେ ଭାରତ, ପାକିସ୍ତାନକୁ ୪-୦ ଗୋଲରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି । ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ