ଜାଭେଲିନ୍‌ ଥ୍ରୋ ଫାଇନାଲରେ ପହଞ୍ଚିଲେ ଦେବେନ୍ଦର

ଜାଭେଲିନ୍‌ ଥ୍ରୋ ଫାଇନାଲରେ ପହଞ୍ଚିଲେ ଦେବେନ୍ଦର

| Published On: Aug 11, 2017 01:00 PM IST |   133

ଲଣ୍ଡନ : ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ଏକ ଖୁସିର ଖବର । ଜାଭେଲିନ ଥ୍ରୋରେ ଭାରତର ଦେବେନ୍ଦର ସିଂହ କଙ୍ଗ ପ୍ରଥମ ଭାରତୀୟ ଭାବରେ ଫାଇନାଲରେ ପହଞ୍ଚିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଭାରତର ଷ୍ଟାର ଖେଳାଳୀ ନୀରଜ ଚୋପଡା ବାଦ୍‌ ପଡିଛନ୍ତି । ଫାଇନାଲରେ ପହଞ୍ଚିବାକୁ ୮୩ ମିଟର ଜାଭେଲିନ ଥ୍ରୋ ଆବଶ୍ୟକ ଥିବାବେଳେ ଦେବେନ୍ଦର ଭାରତୀୟଙ୍କୁ ନିରାଶ କରିନଥିଲେ । ପ୍ରଥମ ଥ୍ରୋ ରେ ୮୨.୨୨ ମିଟର ଏବଂ ଦ୍ୱିତୀୟରେ ୮୨.୧୪ ମିଟର ଜାଭେଲିନ ଥ୍ରୋ କରିଥିଲେ ମଧ୍ୟ ଶେଷରେ ୮୪.୨୨ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି । ନିଜ କାନ୍ଧରେ ଆଘାତ ଲାଗିବା ସତ୍ତ୍ୱେ ସେ ଏରି ପ୍ରତିଯୋଗିତାର ଫାଇନଲାରେ ପହଞ୍ଚି ଥିବାରୁ ବେଶ୍‌ ଖୁସି ଅଛନ୍ତି ବୋଲି କହିଛନ୍ତି । ଅଗଷ୍ଟ ୧୨ ତାରିଖରେ ଏହାର ଫାଇନାଲ ହେବାକୁ ଥିବାବେଳେ ଭାରତ ପାଇଁ ସେ ନିଶ୍ଚିତ ଭାବରେ ପଦକ ଜିତିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । 

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ