ଫ୍ରାନ୍‌ସିସ୍‌ଙ୍କୁ ମହିଳା ୪୦୦ ମିଟର ସ୍ୱର୍ଣ୍ଣ

.

Published On: Aug 11, 2017 12:48 PM IST |   63

ଲଣ୍ଡନ:ବୁଧବାର ଚଳିତ ବିଶ୍ୱ ଚମ୍ପିଆନ୍‌ସିପ୍‌ରେ ଅନ୍ତିମ ଇଭେଣ୍ଟ ମହିଳା ୪୦୦ ମିଟର ଦୌଡ଼ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ସମସ୍ତେ ଆଶା ରଖିଥିଲେ ଯେ ରିଓ ଅଲିମ୍ପିକ୍‌ସରେ ସ୍ୱର୍ଣ୍ଣ ଜିତିଥିବା ବାହାମାଜ୍‌ର ସନ୍‌ ମିଲର-ୱିବୋ ଏବଂ ୬ଟି ଅଲିମ୍ପିକ୍‌ ଓ ୯ଟି ବିଶ୍ୱ ଚମ୍ପିଆନ୍‌ସିପ୍‌ ସ୍ୱର୍ଣ୍ଣପଦକ ଜିତିଥିବା ଆମେରିକାର ଆଲିସନ୍‌ ଫେଲିକ୍ସଙ୍କ ମଧ୍ୟରେ ସ୍ୱର୍ଣ୍ଣପଦକ ପାଇଁ ମୁକାବିଲା ହେବ । ହେଲେ ବାଜି ମାରି ନେଇଥିଲେ ଆମେରିକାର ଫାଇଲିସ୍‌ ଫ୍ରାନ୍‌ସିସ୍‌ । ମହିଳା ୪୦୦ ମିଟର ସ୍ୱର୍ଣ୍ଣପଦକ ଜିତି ଫ୍ରାନ୍‌ସିସ ସମସ୍ତଙ୍କୁ ଚକିତ କରିଛନ୍ତି । ରିଓ ଅଲିମ୍ପିକ୍‌ସରେ ଫେଲିକ୍ସଙ୍କ ସହ ମିଶି ୧୦୦ ମିଟର ରିଲେ ରେସ୍‌ରେ ସ୍ୱର୍ଣ୍ଣପଦକ ଜିତିଥିବା ଫ୍ରାନ୍‌ସିସ୍‌ ପ୍ରଥମଥର ପାଇଁ ଏକ ବ୍ୟକ୍ତିଗତ ସ୍ୱର୍ଣ୍ଣପଦକ ଜିତିଛନ୍ତି । ୨୫ ବର୍ଷ ବୟସ୍କା ଫ୍ରାନ୍‌ସିସ୍‌ ୪୯.୯୨ ସେକେଣ୍ଡରେ ରେସ୍‌ ସମାପ୍ତକରି ସ୍ୱର୍ଣ୍ଣ ଜିତିଥିଲେ । ଏହା ଫ୍ରାନ୍‌ସିସ୍‌ଙ୍କ ଜୀବନର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ବାହାରିନ୍‌ର ସାଲ୍‌ୱା ଇଦ୍‌ ନାସେର୍‌ ୫୦.୦୬ ସେକେଣ୍ଡ ସମୟ ନେଇ ୨ୟ ସ୍ଥାନରେ ରହି ରୌପ୍ୟପଦକ ଜିତିଥିଲେ । ଆଲିସନ୍‌ ଫେଲିକ୍ସ ୫୦.୦୮ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ୍‌ ପଦକ ଜିତି ପାରିଥିଲେ । ସୂଚନାଯୋଗ୍ୟ, ଏହି ବ୍ରୋଞ୍ଜ୍‌ପଦକ ବିଶ୍ୱ ଚମ୍ପିଆନ୍‌ସିପ୍‌ରେ ଆଲିସନ୍‌ ଫେଲିକ୍ସଙ୍କର ୧୪ତମ ପଦକ । ଏପରି କରି ସେ ଜାମାଇକାର ମର୍ଲିନ୍‌ ଓଟ୍ଟିଙ୍କ ସହ ସମକକ୍ଷ ହୋଇ ପାରିଛନ୍ତି । ମିଲର-ୱିବୋ ୪ର୍ଥ ସ୍ଥାନରେ ରହିଥିଲେ ।

 

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ