ଆମେରିକାକୁ ଧ୍ୱଂସ କରିବା ସମୟ ସ୍ଥିର କଲେ କିମ୍‌ ଜୋଙ୍ଗ !

ଆମେରିକାକୁ ଧ୍ୱଂସ କରିବା ସମୟ ସ୍ଥିର କଲେ କିମ୍‌ ଜୋଙ୍ଗ !

Published On: Aug 11, 2017 12:46 PM IST | Updated On: Aug 11, 2017 07:29 AM IST   3540

ଆମେରିକାକୁ ଧ୍ୱଂସ କରିବା ସମୟ ସ୍ଥିର କଲେ କିମ୍‌ ଜୋଙ୍ଗ !

Sr. Copy Editor2

ନୂଆଦିଲ୍ଲୀ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଏକ ବିବାଦିତ ମନ୍ତବ୍ୟ ଦେଇ ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରି ଦେଇଛନ୍ତି । ନ୍ୟୁଜ ଏଜେନ୍ସି ରଏଟର ମୁତାବକ କିମ୍‌ ଜୋଙ୍ଗ ଆମେରିକାର ଗୁଆମ୍‌ ଦ୍ୱୀପକୁ ଧ୍ୱଂସ କରିବା ସମୟ ନିର୍ଦ୍ଧାରିତ କରିଛନ୍ତି । ଏଥିପାଇଁ ପ୍ରସ୍ତୁତ କାର୍ଯ୍ୟକ୍ରମ ମୁତାବକ ବାଲେଷ୍ଟିକ ମିସାଇଲରେ ଗୁଆମ ଦ୍ୱୀପକୁ ଧ୍ୱଂସ କରାଯିବ  । ଉତ୍ତର କୋରିଆ ସରକାରଙ୍କ ନ୍ୟୁଜ ଏଜେନ୍ସି କେସିଏନଏ ମୁତାବକ ଏହି ଯୋଜନାର ଚୂଡାନ୍ତ ରୂପରେଖ ଅଗଷ୍ଟ ମଧ୍ୟ ଭାଗ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଯିବ । ଏହାପରେ କିମ୍‌ ଜୋଙ୍ଗଙ୍କ ଇଶାରା ମିଳିବା ପରେ ଆମେରିକାର ଗୁଆମ ଦ୍ୱୀପ ଉପରେ ଆକ୍ରମଣ ଆରମ୍ଭ ହୋଇଯିବ ବୋଲି କୁହାଯାଇଛି କୋରିଆ ଆର୍ମି କମାଣ୍ଡର ଏଜେନ୍ସିକୁ ଜଣାଇଛନ୍ତି । ମାତ୍ର ୧୪ ମିନିଟ ମଧ୍ୟରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଗୁଆମ ଦ୍ୱୀପର ଚାରି ପାଖରେ ଧ୍ୱଂସ ଲୀଳା ଆରମ୍ଭ କରିଦେବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେରିକାର ଧମକରେ କୌଣସି ଦମ୍‌ ନାହିଁ ଏବଂ ଗୁଆମ ଉପରେ ଆକ୍ରମଣ ପାଇଁ ମଧ୍ୟମ ଦୂରବର୍ତ୍ତୀ ୪ଟି କ୍ଷେପଣାସ୍ତ୍ର ବାବହାର କରାଯିବ ।  ମିଳିଥିବା ସୂଚନା ମୁତାବକ ହଆସୋଙ୍ଗ-୧୨ ନାମକ କ୍ଷେପଣାସ୍ତ୍ର ଜାପାନପ ସିମାନେ,ହିରୋସୀମା ଏବଂ କୋଇଚେ ସହର ଉପର ଦେଇ ଅତିକ୍ରମ କରିବ ଏବଂ ମାତ୍ର ୧୦୬୫ ସେକେଣ୍ଡରେ ୩୩୫୬.୭ କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିପାରିବ । ଏହାଛଡା ଏହି କ୍ଷେପଣାସ୍ତ୍ର ଗୁଆମ ଦ୍ୱୀପରୁ ୩୦-୪୦ କିଲୋମିଟର ଦୂରରେ ପାଣିରେ ମଧ୍ୟ ଆକ୍ରମଣ କରିବାର କ୍ଷମତା ରଖିଛି । ଆମେରିକାକୁ ତାର ଭାଷାରେ ହିଁ ଜବାବ ଦିଆଯିବ ବୋଲି ଉତ୍ତର କୋରିଆ ଆର୍ମି କମାଣ୍ଡର କହିଛନ୍ତି । ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଉତ୍ତର କୋରିଆ ଉପରେ ଆମେରିକା ଏତିକି କ୍ଷେପଣାସ୍ତ୍ର ଓ ବୋମା ମାଡ କରିବ ଯେ,ତାହା ଏପର୍ଯ୍ୟନ୍ତ ବିଶ୍ୱ ଦେଖିନଥିବ । ଏହାଛଡା ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଜେମସ୍‌ ମେଟିସ୍‌ କହିଛନ୍ତି ଉତ୍ତର କୋରିଆ ନିଜ ଧ୍ୱଂସର କାରଣକୁ ଆମନ୍ତ୍ରଣ ନକଲେ ଭଲ । ଗୁଆମରେ ଥିବା ଆମେରିକା ବିଦେଶ ମନ୍ତ୍ରୀ ରିକ୍ସ ଟିଲରସନ୍‌ ଉତ୍ତର କୋରିଆର ଧମକ ଉପରେ ଡରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି । 

Tags:

Related News

Like Us

ବିଗ୍‌ ନିଉଜ

ଏଣ୍ଟରଟେନମେଣ୍ଟ

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |