ଓସିଏସ୍‌ ପରୀକ୍ଷା ଦେବା ପାଇଁ ସ୍ୟାଟ୍‌ରେ ବୟସ୍କ ଆଶାୟୀ, ଆଜି ଶୁଣାଣି

.

Copy Editor RRM | Published On: Feb 15, 2018 07:33 AM IST |   204

କଟକ: ଓଡିଶା ସିଭିଲ ସର୍ଭିସ-୨୦୧୭ର ପ୍ରିଲିମନାରୀ ପରୀକ୍ଷା ଆସନ୍ତା ୧୮ତାରିଖରେ ହେବ। କିନ୍ତୁ ଅନେକ ଆଶାୟୀ ବୟସ ଅଧିକ ହେତୁ ପରୀକ୍ଷା ଦେବାରୁ ବଂଚିତ ହେଉଥିବାରୁ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ)ରେ ନ୍ୟାୟ ପାଇଁ ମାମଲା ରୁଜୁ କରିଛନ୍ତି। ଆବେଦନକାରୀ ଯଶୋବନ୍ତ ଓଝା, ଜନ୍ମେଜୟ ସ୍ୱାଇଁ, ଦେବେନ୍ଦ୍ର ପଣ୍ଡା, ଲକ୍ଷ୍ମୀନାରାୟଣ ଜେନା ପ୍ରମୁଖ ଅନ୍ୟମାନେ ଏହି ମାମଲା ରୁଜୁ କରିଥିବାବେଳେ ଚଳିତ ବର୍ଷ ଓସିଏସ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରାଯାଉ ବୋଲି ପ୍ରାର୍ଥନା କରି ଏହି ମାମଲା ରୁଜୁ କରିଛନ୍ତି।
୨୦୧୧ ମସିହା ଠାରୁ ରାଜ୍ୟ ସରକାର ଅନେକ ବର୍ଷ ଏହି ପରୀକ୍ଷା ନକରିବା ଫଳରେ ଅନେକ ଆଶାୟୀଙ୍କ ଧାର୍ଯ୍ୟ ଥିବା ବୟସ ସୀମା ଅତିକ୍ରମ କରିଯାଇଛି। ତେବେ ରାଜ୍ୟ ସରକାର କରିଥିବା ନିୟମ ଅନୁସାରେ ଯେଉଁମାନେ ୨୦୧୫ ଓ ୨୦୧୬ ଓସିଏସ ପରୀକ୍ଷା ଦେଇଥିବେ ସେମାନଙ୍କ ପାଇଁ ବୟସ ସୀମା କିଛି ରହିବନାହି ବୋଲି ସ୍ପଷ୍ଟ କରିଥିବାବେଳେ ଯେଉଁମାନେ ଗୋଟିଏ ପରୀକ୍ଷା ଦେଇଛନ୍ତି ଓ ଆଉ ଏକ ବର୍ଷର ପରୀକ୍ଷା ଦେଇନାହାନ୍ତି କିମ୍ବା କୌଣସି ପରୀକ୍ଷା ଦେଇନାହାନ୍ତି, ସେମାନେ କରିବେ କଣ ସେ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ଆଇନଜୀବୀମାନେ ଏବେ ଆନ୍ଦୋଳନରେ ଥିବାବେଳେ ଏହି ମାମଲାର ଶୁଣାଣି ସମୟରେ ଓପିଏସସିର କୌଣସି ଅଧିକାରୀ କୋର୍ଟରେ ହାଜର ହୋଇ ଜବାବସୁଆଲ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଓପିଏସସି ଓକିଲ ଶଶିଭୂଷଣ ଜେନା ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। ତେବେ ଗୁରୁବାର ଏହି ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ