ଆଜି ମୋଦି କେୟାର ବୈଠକ

.

Copy Editor RRM | Published On: Feb 15, 2018 07:26 AM IST |   201

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର ମହତ୍ୱକାଂକ୍ଷୀ ଯୋଜନା ‘ମୋଦି କେୟାର’ନେଇ ଗୁରୁବାର ବୈଠକ ଡାକିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ବଜେଟ ସମୟରେ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ‘ଆୟୁଷ୍ମାନ ଭାରତ’ ନାମରେ ଏହି ଯୋଜନାର ଘୋଷଣା କରିଥିଲେ । ସମସ୍ତ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ସଚିବମାନଙ୍କୁ ବୈଠକରେ ଅଂଶ ଗ୍ରହଣ କରିବେ। ଦୁଇ ଦିବସୀୟ ବୈଠକରେ କେନ୍ଦ୍ର ସରକାର ଓ ନୀତି ଆୟୋଗର ଅଧିକାରୀମାନେ ଉପସ୍ଥିତ ରହିବେ । ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅର୍ଥାତ ‘ମୋଦି କେୟାର’ ନାମରେ ଜଣାଶୁଣା ଥିବା ଏହି ଯୋଜନାରୁ ୧୦କୋଟି ପରିବାର ଅର୍ଥାତ ୫୦ କୋଟି ଲୋକଙ୍କୁ ପ୍ରତିବର୍ଷ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଯିବାର ଲକ୍ଷ୍ୟ ରଖାଯାଇଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ