ଆମେରିକା ସ୍କୁଲରେ ଆଖିବୁଜା ଗୁଳିମାଡ଼, ୧୭ ମୃତ

.

Copy Editor RRM | Published On: Feb 15, 2018 06:58 AM IST | Updated On: Feb 15, 2018 07:07 AM IST |   500

ପାର୍କଲାଣ୍ଡ: ଆମେରିକା ପୁଣି ଗୁଳିମାଡ଼ରେ ଦୋହଲି ଯାଇଛି। ଜଣେ ବନ୍ଧୁକଧାରୀ ଫ୍ଲୋରିଡାସ୍ଥିତ ହାଇସ୍କୁଲରେ ଆଖିବୁଜା ଗୁଳିମାଡ଼ କରିବାରୁ ଅନ୍ୟୁନ ୧୭ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ସମ୍ପୃକ୍ତ ବନ୍ଧୁକଧାରୀଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ଏହି ଘଟଣା ପାର୍କଲାଣ୍ଡର ମାର୍ଜର ଷ୍ଟୋନମ୍ୟାନ ଡଗଲାସ ହାଇସ୍କୁଲରେ ଘଟିଛି। ଗୁଳିମାଡ କରିଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ନିକୋଲାସ କ୍ରୁଜ। ସେ ପୂର୍ବରୁ ଏହି ସ୍କୁଲର ଛାତ୍ର ଥିଲେ। ବିଦ୍ୟାଳୟରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ କର୍ତ୍ତୃପକ୍ଷ ତାଙ୍କୁ ସ୍କୁଲରୁ ନିଲମ୍ବିତ କରିଥିଲେ। ତେବେ ପୁଲିସ ସହ ବିନା କୌଣସି ସଂଘର୍ଷରେ ଅଭିଯୁକ୍ତ ଜଣକ ଆତ୍ମସମର୍ପଣ କରିଛି। ମୃତକଙ୍କ ମଧ୍ୟରେ କେତେକ ଛାତ୍ର ଓ ଯୁବକ ରହିଛନ୍ତି। ଏହାକୁ ମିଶାଇ ଚଳିତବର୍ଷ ଆମେରିକା ସ୍କୁଲରେ ୧୮ଟି ଗୁଳିମାଡ ଘଟଣା ଘଟିଲାଣି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ