ଅଯୋଗ୍ୟ ଆଇଟିଆଇ ଛାତ୍ରଙ୍କୁ ୧୦୦ କୋଟି ବୃତ୍ତି

ରାଜସ୍ଥାନ ଶିକ୍ଷା ବ୍ୟବସ୍ଥାରେ ଜାଲିଆତି

Copy Editor RRM | Published On: Feb 15, 2018 01:13 AM IST |   177

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କ ଶାସନକୁ ନେଇ ଆପତ୍ତି ଉଠୁଥିବାବେଳେ ବର୍ତ୍ତମାନ ଶିକ୍ଷା ବିଭାଗର ଆଉ ଏକ ଦୁର୍ନୀତି ସରକାରଙ୍କ ଭାବମୂର୍ତ୍ତିକୁ ଅଧିକ କ୍ଷୁଣ୍ଣ କରିଛି। ସରକାରଙ୍କ ଦ୍ୱାରା ପରିଚାଳିତ ଆଇଟିଆଇ (ଇଣ୍ଡଷ୍ଟ୍ରିଆଲ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌)ରେ ୬୨,୦୦୦ ଅଯୋଗ୍ୟ ଛାତ୍ରଙ୍କୁ ବେଆଇନ ଉପାୟରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବୃତ୍ତି ପ୍ରଦାନ କରାଯାଇଛି ବୋଲି ତଦନ୍ତରୁ ଜଣାପଡିଛି। ଏହି ଛାତ୍ରମାନେ ବିଭିନ୍ନ ସେମିଷ୍ଟାରରେ ଅକୃତକାର୍ୟ୍ୟ ହୋଇଥିଲେ ସୁଦ୍ଧା ଜାଲିଆତି କରି ସେମାନଙ୍କୁ ବୃତ୍ତି ପ୍ରଦାନ କରାଯାଇଛି। ଏପରିକି ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ର ଫେଲ ହୋଇଥିବାବେଳେ ବୃତ୍ତି ପାଇବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି। ଏଥିପାଇଁ ଶିକ୍ଷା ବ୍ୟବସ୍ଥାର କୌଣସି ଦୋଷ ନ ଥିବା ଜଣାପଡିଛି। କେବଳ ବୃତ୍ତି ହାତେଇବାକୁ ଏହି ଛାତ୍ରମାନଙ୍କୁ ଆଇଟିଆଇରେ ନାମ ଲେଖାଯାଇଥିଲା। ଏହି ଛାତ୍ରଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟତ୍ର ପାଠ ପଢୁଥିବାଏପରିକି କେତେକ ଆଇଟିଆଇରେ ଉପଯୁକ୍ତ ଶିକ୍ଷାଦାନ ବ୍ୟବସ୍ଥା ନଥିବାବେଳେ ସେଠାରେ ୧୦,୦୦୦ ଛାତ୍ରଙ୍କୁ ନାମ ଲେଖାଇବାର ସୁଯୋଗ ଦିଆଯାଇଛି। ସରକାରଙ୍କ ପକ୍ଷରୁ ଯାଞ୍ଚ କରିବାକୁ ଆସୁଥିବା ଅଧିକାରୀଙ୍କୁ ଲାଞ୍ଚ ପ୍ରଦାନ କରି ଏହି ବ୍ୟବସ୍ଥାକୁ ସୁରୁଖୁରୁରେ ଚଳାଇବାକୁ କେତେକ ଆଇଟିଆଇ ପକ୍ଷରୁ ଚକ୍ରାନ୍ତ କରାଯାଇଥିଲା।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ