ଜୁଲାଇ ୮ରେ ୟୁଜିସି ନେଟ୍‌ ପରୀକ୍ଷା

ମାର୍ଚ୍ଚ ୬ରୁ ଅନ୍‌ଲାଇନ୍‌ ଆବେଦନ

Copy Editor RRM | Published On: Feb 15, 2018 12:50 AM IST | Updated On: Feb 15, 2018 12:52 AM IST |   113

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ସହକାରୀ ପ୍ରଫେସର ଯୋଗ୍ୟତା ହାସଲ ଏବଂ ଜୁନିୟର ରିସର୍ଚ୍ଚ ଫେଲୋସିପ୍‌ ପାଇଁ ‘ୟୁଜିସି ନେଟ୍‌ ୨୦୧୮’ ପରୀକ୍ଷା ଜୁଲାଇ ୮(ରବିବାର) ଅନୁଷ୍ଠିତ ହେବ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଆୟୋଜିତ ଏହି ପରୀକ୍ଷା ପାଇଁ ମାର୍ଚ୍ଚ ୬ରୁ ଅନ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏହା ଏପ୍ରିଲ୍‌ ୫ ପର୍ଯ୍ୟନ୍ତ ଚାଲିବ। ଛାତ୍ରଛାତ୍ରୀ ଆବେଦନ ଫି’ ଏପ୍ରିଲ୍‌ ୬ ସୁଦ୍ଧା ଦାଖଲ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।
ଜୁନିୟର ରିସର୍ଚ୍ଚ ଫେଲୋସିପ୍‌ ଆବେଦନ ଲାଗି ସର୍ବୋଚ୍ଚ ବୟସ ସୀମା ୩୦ବର୍ଷ ପର୍ଯ୍ୟନ୍ତ ରଖାଯାଇଛି, କିନ୍ତୁ ସହକାରୀ ପ୍ରଫେସର ପାଇଁ ଆବେଦନ ଏହି ନିୟମ ଲାଗୁ ହୋଇନାହିଁ। ଯେ କୌଣସି ବୟସର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିାପରିବେ।
‘ୟୁଜିସି ନେଟ୍‌ ୨୦୧୮’ ପରୀକ୍ଷା ଦୁଇଟି ସିଟିଂରେ ଅନ୍ରୁିତ ହେବ। ପ୍ରଥମ ସିଟିଂ ସକାଳ ୯.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ସିଟିଂରେ ୧୦୦ ନମ୍ବରର ୫୦ଟି ପ୍ରଶ୍ନ ଆସିବ। ସେହିପରି ଦ୍ୱିୀୟ ସିଟିଂ ପୂର୍ବାହ୍ନ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଅନ୍ରୁିତ ହେବ ଏବଂ ଏଥିରେ ୨୦୦ ନମ୍ବର ପାଇଁ ୧୦୦ଟି ପ୍ରଶ୍ନ ଆସିବ। ସବୁ ପ୍ରଶ୍ନର ଉତ୍ତର ଦେବା ବାଧ୍ୟତାମୂଳକ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ