ଆଲ୍ଲାହାବାଦ, ନାଗପୁରକୁ ଉଡ଼ିବ ବିମାନ

.

Copy Editor RRM | Published On: Feb 15, 2018 12:32 AM IST |   145

ଭୁବନେଶ୍ୱର: ଭୁବନେଶ୍ୱରରୁ ଆଲ୍ଲାହବାଦ ଏବଂ ନାଗପୁରକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ରିଜିଓନାଲ କନେକ୍ଟିଭିଟି ସ୍କିମ୍‌ (ଆରସିଏସ୍‌) ଯୋଜନାରେ ଇଣ୍ଡିଗୋ ବିମାନ ଏହି ରୁଟ୍‌ରେ ଚଳାଚଳ ଆରମ୍ଭ କରିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଆରସିଏସ୍‌ର ଉଡ଼ାନ୍‌ ଦ୍ୱିତୀୟ ପର୍ୟ୍ୟାୟ ଟେଣ୍ଡର ପ୍ରକ୍ରିୟାରେ ଓଡ଼ିଶାରୁ ଦୁଇଟି ସ୍ଥାନକୁ ବିମାନ ଚଳାଚଳ ପାଇଁ ଇଣ୍ଡିଗୋକୁ ଅନୁମତି ମିଳିଛି। ତେବେ ଏହି ସେବା ଆରମ୍ଭ ହେବା ପାଇଁ ୪ ମାସ ସମୟ ଲାଗିବ ବୋଲି ଏଏଆଇ ସୂତ୍ରରୁ ଜଣା ପଡିଛି।
ଦେଢ଼ ବର୍ଷ ପୂର୍ବେ ଏୟାର ଇଣ୍ଡିଆ ଭୁବନେଶ୍ୱର-ବାରଣାସୀ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଥିଲା। କିନ୍ତୁ ଯାତ୍ରୀ ସଂଖ୍ୟା ସନ୍ତୋଷଜନକ ନ ରହିବାରୁ କିଛି ମାସ ମଧ୍ୟରେ ଏହି ବିମାନକୁ ବନ୍ଦ କରି ଦିଆଯାଇଥିଲା। ସେବେଠାରୁ ଉତ୍ତର ଭାରତର ପ୍ରମୁଖ ଧାର୍ମିକ ସ୍ଥଳକୁ ଭୁବନେଶ୍ୱରରୁ କୌଣସି ବିମାନ ଚଳାଚଳ କରୁନାହିଁ। ତେବେ ଆରସିଏସ୍‌ ଯୋଜନାରେ ତ୍ରିବେଣୀ ସଂଗମ୍‌ର ସହର ଆଲ୍ଲାହବାଦ୍‌କୁ ଭୁବନେଶ୍ୱରରୁ ବିମାନ ଉଡ଼ିବା ନେଇ ଚିତ୍ର ଏକ ପ୍ରକାର ସ୍ପଷ୍ଟ ହୋଇଛି। ଅଧିକାରୀଙ୍କ କହିବା ଅନୁସାରେ ଭୁବନେଶ୍ୱର-ଆଲ୍ଲାହବାଦ ମଧ୍ୟରେ ଚଳାଚଳ କରିବାକୁ ଥିବା ବିମାନ ନାଗପୁରକୁ ଯାତ୍ରା କରିବ। ଅର୍ଥାତ୍‌ ଆରସିଏସ୍‌ ଯୋଜନାରେ ଭୁବନେଶ୍ୱର-ଆଲ୍ଲାହବାଦ୍‌ ମଧ୍ୟରେ ବିମାନ ସେବା ଆରମ୍ଭ ହେବ କିନ୍ତୁ ସମାନ ବିମାନ ନାଗପୁର ଯାଉଥିଲେ ସୁଦ୍ଧା ସେହି ରୁଟ୍‌ ଆରସିଏସ୍‌ରେ ସାମିଲ୍‌ ନୁହେଁ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ