ଦିଲ୍ଲୀ ଜନ୍ତରମନ୍ତରରେ କଂଗ୍ରେସ କରିବ ପ୍ରତିବାଦ

କୁନ୍ଦୁଲି ଓ ଅଇଁଠାପାଲି ଘଟଣା

Copy Editor AH | Published On: Feb 15, 2018 12:21 AM IST |   79

 
ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଓ ସମ୍ବଲପୁର ଅଇଁଠାପାଲୀ ଥାନା ହାଜତ ମୃତ୍ୟୁ ଘଟଣାର ତଦନ୍ତ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦିଲ୍ଲୀର ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ବୋଲି ନିଷ୍ପତ୍ତି ନେଇଛି। କଂଗ୍ରେସ ଆଦିବାସୀ ସେଲର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି ଯେ କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ନ ମିଳିବାରୁ ସେ ଆତ୍ମହତ୍ୟା କରିଛନ୍ତି। ରାଜ୍ୟ ସରକାର ଏହି ଘଟଣାକୁ ମିଥ୍ୟା ବୋଲି ପ୍ରମାଣ କରିବାକୁ ପ୍ରୟାସ କରୁଛନ୍ତି। ଦିବଂଗତ ଆତ୍ମାର ସଦ୍‌ଗତି ନିମନ୍ତେ ଜନ୍ତରମନ୍ତରଠାରେ ପ୍ରାର୍ଥନା କରାଯିବ ବୋଲି ସେ କହିଛନ୍ତି। ସେହିଭଳି ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ହାଜତରେ ଅବିନାଶ ମୁଣ୍ଡାଙ୍କ ମୃତ୍ୟୁ ଘଟଣାର ବିଦ୍ଧିବଦ୍ଧ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବ। କଂଗ୍ରେସ ଆଦିବାସୀ ସେଲ ଓ ଦଳିତ ସେଲ ପକ୍ଷରୁ ଆସନ୍ତା ୨୫ରୁ ୨୭ ମଧ୍ୟରେ ଆନ୍ଦୋଳନ କରାଯିବ। ଏଥିରେ ବରିଷ୍ଠ କଂଗ୍ରେସ ନେତା, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ଅନ୍ୟାନ୍ୟ ଛାମୁଆ ସଂଗଠନ ସାମିଲ ହେବେ। କୁନ୍ଦୁଲି ପୀଡ଼ିତାଙ୍କ ମୁଷାଗୁଡ଼ା ଗ୍ରାମବାସୀ ଓ ଅଇଁଠାପାଲୀ ଗ୍ରାମବାସୀ ମଧ୍ୟ ଧାରଣାରେ ସାମିଲ ହେବେ ବୋଲି ଶ୍ରୀ ମାଝୀ ସୂଚନା ଦେଇଛନ୍ତି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ