ଗୁରୁବାର ରାଶିଫଳ

.

Copy Editor RRM | Published On: Feb 15, 2018 12:13 AM IST |   1757

ମେଷ: ଆୟର ପରିମାଣ ବୃଦ୍ଧି ହେବ। ସୁଖ ସମ୍ମାନ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ବୃଷ: ସତ୍‌ସଙ୍ଗୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଭକ୍ତିଗାଥା ଶୁଣିବା ପାଇଁ ଆଗ୍ରହ ପ୍ରକାଶ କରିବେ।
ମିଥୁନ: ଯାନବାହନ ଚଳାଚଳରେ ସତର୍କ ରହିବେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିପାରନ୍ତି। ଯେତେ ପ୍ରତିକୂଳ ପରିସ୍ଥିତି ଥାଇ ମଧ୍ୟ ଧନାଗମର ସମ୍ଭାବନା ଅଛି। ପୁତ୍ର ବା ସୁମିତ୍ର ଲାଭ ହୋଇପାରେ।
କର୍କଟ: ବନ୍ଧୁଙ୍କ ଉପରେ ସନ୍ଦେହଜାତ ହୋଇପାରେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆନନ୍ଦ ଉପଭୋଗ କରିବେ। ମିଷ୍ଟାନ୍ନ ଭୋଜନ ମିଳିବ।
ସିଂହ: ଗୁରୁଜନଙ୍କ ପାଇଁ କ୍ଷତି ସହିପାରନ୍ତି। ଅସୁସ୍ଥ ଥାଇ ମଧ୍ୟ ରଣକ୍ଷେତ୍ରକୁ ଯିବେ। ଶତ୍ରୁକୁ ପରାଜିତ କରିପାରନ୍ତି। ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। କରଜ ଶୁଝିବେ।
କନ୍ୟା: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପଢ଼ାରେ ମନ ଦେବେ।
ତୁଳା: କଳହଠାରୁ ନିଜକୁ ଦୂରେଇ ରଖିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲବୁଝାମଣା ସୃଷ୍ଟି ହୋଇପାରେ। ଶତ୍ରୁ ଦମନ କରିବାରେ ସକ୍ଷମ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ପରାକ୍ରମୀ, ଗ୍ରାମାଧୀଶ ଓ ବହୁପୋଷକ ହେବେ।
ବିଛା: ଉଦ୍ୟମରେ ଉନ୍ନତି ଘଟିବ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ହ୍ରାସ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ଧନୁ: ଆର୍ଥିକ ସମସ୍ୟାକୁ କେନ୍ଦ୍ରକରି ଚିନ୍ତା ପ୍ରକଟ କରିପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ପ୍ରିୟଭାଷୀ ଓ ଧନ ବାହାନଯୁକ୍ତ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସରକାରୀ ସ୍ତରରୁ ଲାଭବାନ ହେବେ।
ମକର: କାର୍ଯ୍ୟରେ ଅବହେଳା କରି ଅନୁତପ୍ତ ହେବେ। ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି। ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସୂତ୍ରରୁ ଲାଭ ମିଳିବ। ଚିନ୍ତାଧାରା ଉନ୍ନତ ହେବ।
କୁମ୍ଭ: ରାଜପ୍ରାସାଦ ରହଣି ସୁଖ ମିଳିପାରେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ନବବସ୍ତ୍ର ପରିଧାନ କରିପାରନ୍ତି। ମୂଲ୍ୟବାନ ଧାତୁ ଦ୍ରବ୍ୟଲାଭ ହୋଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ଭଲ। ମଧୁରଭାଷୀ ଓ ସ୍ୱାଭିମାନୀ ହେବେ।
ମୀନ: କାର୍ଯ୍ୟରେ ତୃପ୍ତି ମିଳିବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁ- ସମାଚାର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।

 

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ