‘ଓରୁ ଅଦାରୁ ଲଭ୍‌’ର ଗୀତକୁ ନେଇ ଆପତ୍ତି

ମାମଲା ରୁଜୁ କଲେ ମୁସଲମାନ ସମ୍ପ୍ରଦାୟ

Copy Editor AH | Published On: Feb 14, 2018 10:15 PM IST |   329


ମୁମ୍ବଇ  : ମୁକ୍ତିଲାଭ କରିବାକୁ ଥିବା ମାଲାୟଲମ୍‌ ଚଳଚ୍ଚିତ୍ର ‘ଓରୁ ଅଦାରୁ ଲଭ୍‌’ର ଏକ ଗୀତକୁ ନେଇ ଆପତ୍ତି ଉଠିଛି। ହାଇଦରାବାଦର ଏକ ମୁସଲମାନ ଗୋଷ୍ଠୀ ବୁଧବାର ଚଳଚ୍ଚିତ୍ରର ସଙ୍ଗୀତ ମାଣିକ୍ୟ ମାଲାରାୟା ପୂଭି ବିରୋଧରେ ଅଭିଯୋଗ କରିବା ସହ ମାମଲା ରୁଜୁ କରିଛନ୍ତି। ଫାଲକନାମା ଥାନାରେ ରୁଜୁ ମାମଲାରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ପକ୍ଷଭୁକ୍ତ କରାଯାଇଛି। ଚଳଚ୍ଚିତ୍ରର ଏହି ଗୀତରେ ଅଭିନେତ୍ରୀ ପ୍ରିୟା ପ୍ରକାଶ ବରିୟରଙ୍କ ଅଭିନୟ କରିଛନ୍ତି। ଫାଲକନାମା ଏସିପି ସୟଦ ଫଇୟାଜ କହିଛନ୍ତି ଯେ ମୁକ୍ତିଲାଭ କରିବାକୁ ଥିବା ମାଲାୟଲମ୍‌ ଚଳଚ୍ଚିତ୍ର ‘ଓରୁ ଅଦାରୁ ଲଭ’ରୁ ପ୍ରେମ ସଙ୍ଗୀତ ମାଣିକ୍ୟ ମାଲାରାୟା ପୂଭି ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଆଇପିସି ଧାରା ୨୯୫ରେ ଏହି ମାମଲା ରୁଜୁ କରାଯାଇଛି। ମାମଲା ରୁଜୁ ପରେ ପୁଲିସ ଏହା ଉପରେ ସତର୍କତାର ସହ ତଦନ୍ତ ଆରମ୍ଭ କରିଛି। ଚଳଚ୍ଚିତ୍ର ମୁକ୍ତିଲାଭ କରି ନଥିବାବେଳେ ଏହି ସଙ୍ଗୀତ ଏବେ ସାମାଜିକ ଗଣମାଧ୍ୟମରେ ବେଶ ପ୍ରସାରିତ ହୋଇଛି। ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଏହି ସଙ୍ଗୀତରେ ପ୍ରିୟା ପ୍ରକାଶ ଅଭିନୟ କରିଛନ୍ତି। ତେବେ ଏହି ସଙ୍ଗୀତଟି ମୁସଲମାନ ସମ୍ପ୍ରଦାୟଙ୍କ ଧାର୍ମିକ ଭାବାବେଗକୁ ଆଘାତ ଦେଉଥିବା ଅଭିଯୋଗରେ ଦର୍ଶାଯାଇଛି। ‘ଓରୁ ଅଦାରୁ ଲଭ୍‌’ର ଏହି ଗୀତର ଗାୟକ ହେଉଛନ୍ତି ବିନୀତ ଶ୍ରୀନିବାସନ। ଏହାକୁ ଲେଖିଛନ୍ତି ସାନ ରହମାନ। ତେବେ ଗୀତର ମୁଖ୍ୟ ଆକର୍ଷଣ ହୋଇଛନ୍ତି ପ୍ରିୟା ପ୍ରକାଶ। ସଙ୍ଗୀତରେ ତାଙ୍କର ଚକ୍ଷୁଭଙ୍ଗୀ ଏବେ ସବୁଠୁ ଚର୍ଚ୍ଚାରେ ରହିଛି। ସୀଙ୍ଗୀତର କିଛି ଅଂଶ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରିୟା ରାତାରାତି ଚର୍ଚ୍ଚିତ ହୋଇପଡିଛନ୍ତି। କେରଳ ତ୍ରିସୁରର ବାସିନ୍ଦା ପ୍ରିୟାଙ୍କ ବୟସ ଏବେ ମାତ୍ର ୧୮ବର୍ଷ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ