ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ନାଗାଲାଣ୍ଡ ଓ ମେଘାଳୟରେ ବିଧାନସଭା ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

Copy Editor AH | Published On: Feb 14, 2018 05:49 PM IST |   177

ନୂଆଦିଲ୍ଲୀ : ନାଗାଲାଣ୍ଡ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାୱତ୍‌ଙ୍କ ନେତୃତ୍ୱରେ କମିଶନ୍‌ର ଏକ ଦଳ ବୁଧବାର କୋହିମା ଯାଇଛନ୍ତି। ଏହି ଗସ୍ତ କାଳରେ ଦଳ ରାଜ୍ୟ ସରକାରଙ୍କର ବିଭିନ୍ନ ଅଧିକାରୀ ତଥା ଆଇନ୍‌ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ନିୟୋଜିତ ଅଧିକାରୀଙ୍କ ସହିତ ଆଲୋଚନା କରିବେ। ପରେ ଏହି ଦଳ ମେଘାଳୟ ଗସ୍ତ କରି ସେଠାରେ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ମଧ୍ୟ ସମୀକ୍ଷା କରିବେ। ଚଳିତ ମାସ ୨୭ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ରବିବାର ଦିନ ତ୍ରିପୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ୩ଟି ରାଜ୍ୟ ବିଧାନସଭାରେ ୬୦ଟି ଲେଖାଏଁ ଆସନ ରହିଛି। ଆସନ୍ତା ମାସ ୩ତାରିଖରେ ଭୋଟ ଗଣତି କରାଯିବ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ