ସୋସିଆଲ ମିଡିଆରେ ଚହଳ

.

Copy Editor RRM | Published On: Feb 14, 2018 01:44 AM IST |   725

ଏବେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରିୟା ପ୍ରକାଶ ବରିୟରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଚହଳ ପକାଇଛି। ଏପରିକି କେତେକ ରାଜନେତା ଏବଂ କ୍ରିକେଟ ତାରକାଙ୍କ ଫଟୋ ସହ ଏହି ଭିଡିଓକୁ ଯୋଡି ଭିନ୍ନଭିନ୍ନ ଗୀତରେ ପୋଷ୍ଟ କରାଯାଇଛି ଯାହା ଖୁବ୍‌ ଭାଇରାଲ ହୋଇଛି। ପ୍ରିୟା ‘ଓରୁ ଅଦାରୁ ଲଭ୍‌’ ଫିଲ୍ମରୁ ପଦାର୍ପଣ କରୁଥିବା ବେଳେ ଏହି ଭିଡିଓରେ ସେ ଯେଉଁଥିପାଇଁ ଚକ୍ଷୁଭଙ୍ଗୀ ପ୍ରଦର୍ଶନ କରିଛନ୍ତି, ତା’ର ଅସଲ ରହସ୍ୟ ଏବେ ଉନ୍ମୋଚିତ ହୋଇଛି। ପ୍ରିୟା ପ୍ରକୃତରେ ଫିଲ୍ମର ନାୟକଙ୍କ ପାଇଁ ଏକ ରୋମାଣ୍ଟିକ ଗୀତରେ ଏଭଳି ଭାବ ପ୍ରକାଶ କରିଛନ୍ତି। ସ୍କୁଲ ସମୟର ପ୍ରେମ ଭାବନାକୁ ନେଇ ଫିଲ୍ମରେ ରହିଥିବା ଗୀତରେ ଏହା ଦେଖାଯାଇଛି। ଏଥିରେ ନାୟକ ଭାବେ ପ୍ରିୟାଙ୍କ ସହ ଅଭିନୟ କରିଛନ୍ତି ରୋଶନ ଅବ୍‌ଦୁଲ ରଉଫ୍‌। ତାଙ୍କୁ ହିଁ ଲକ୍ଷ୍ୟ କରି ସେ ଏଭଳି ଭଙ୍ଗୀ ପ୍ରଦର୍ଶନ କରିଛନ୍ତି। ୧୮ବର୍ଷର ରୋଶନ ଆଇସିଏ ପ୍ରଥମ ବର୍ଷର ଛାତ୍ର। ଖୁବ୍‌ ଭଲ ନୃତ୍ୟ କରିପାରନ୍ତି ସେ। ନିକଟରେ ଏକ ଡାନ୍ସ ରିଅଲିଟି ଶୋ’ ‘ଡି ୪’ରେ ବି ସେ ଅଂଶଗ୍ରହଣ କରି ଚୂଡାନ୍ତ ପର୍ୟ୍ୟାୟକୁ ଯାଇଥିଲେ। ଏହା ମଧ୍ୟ ରୋଶନଙ୍କର ପ୍ରଥମ ଫିଲ୍ମ। ତେଣୁ ଫିଲ୍ମକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ପରଦା ଉପରେ ନିଜକୁ ଦେଖିପାରିବେ ବୋଲି ଏଯାବତ୍‌ ବିଶ୍ୱାସ କରିପାରୁନାହାନ୍ତି ରୋଶନ। ଏହି ଫିଲ୍ମରେ ପାଞ୍ଚହଳ ନାୟକ-ନାୟିକା ଅଭିନୟ କରୁଛନ୍ତି। ବାସ୍ତବ ଜୀବନରେ ବି ରୋଶନ ଖୁବ୍‌ ମଜାଳିଆ ସ୍ୱଭାବର। ସେ ନିଜର ଏକାଧିକ ମଜାଦାର ଫଟୋ ସହିତ ଏହି ପ୍ରଥମ ସିନେମାର ଏକ ଫଟୋ ମଧ୍ୟ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି। ସିନେମା ଫଟୋରେ ରୋଶନ ଆକାଶରେ ଉଡିଉଡି ଆସୁଥିବା ବେଳେ ପ୍ରିୟା ତାଙ୍କୁ ଚାହିଁ ରହିଥିବା ଦେଖାଯାଇଛି। ଏହି ଫଟୋ କ୍ୟାପ୍‌ସନରେ ‘ଥ୍ୟାଙ୍କ ୟୁ’ ବୋଲି ଲେଖିଛନ୍ତି ରୋଶନ।
ଫିଲ୍ମ ଦୁନିଆରେ କେବଳ ପ୍ରିୟା ଚକ୍ଷୁଭଙ୍ଗୀ ପ୍ରଦର୍ଶନ କରିବାରେ ରେକର୍ଡ କରିନାହାନ୍ତି, ଏହା ପୂର୍ବରୁ ବଲିଉଡ୍‌ର ଏକାଧିକ ଅଭିନେତ୍ରୀ ଏପରି ପ୍ରଦର୍ଶନରେ ପ୍ରଶଂସକଙ୍କ ମନ ଜିଣି ନେଇଛନ୍ତି। ‘ଏ ଦିଲ୍‌ ହେ ମୁସ୍କିଲ’ରେ ଐଶ୍ୱର୍ୟ୍ୟା ‘ଆଦାବ୍‌’ କହି ଅଭିବାଦନ ଜଣାଇଥିବା ସମୟରେ, ‘ଦିଲୱାଲେ ଦୁଲ୍‌ହନିଆ ଲେ ଜାଏଙ୍ଗେ’ର ମେରେ ଖ୍ୱାବୋଁ ମେଁ ଯୋ ଆଏ... ଗୀତରେ କାଜଲ, ‘ହମ୍‌ ଆପ୍‌କେ ହେଁ କୌନ୍‌’ ଫିଲ୍ମର ମାହି ନି ମାହି... ଗୀତରେ ମାଧୁରୀ, ଫିଲ୍ମ ‘ଡାର୍ଟି ପିକ୍‌ଚର’ରେ ଏଣ୍ଟରଟେନ୍‌ମେଣ୍ଟକୁ ନେଇ ଚର୍ଚ୍ଚିତ ସଂଳାପ କହିବା ଶେଷରେ ବିଦ୍ୟା ବାଲନ, ‘ଚାନ୍ଦିନୀ’ ଫିଲ୍ମର ଗୀତ ମେରେ ହାଥୋଁ ମେଁ ନୌ ନୌ ଚୁଡିୟାଁ ହେ..ରେ ଶ୍ରୀଦେବୀଙ୍କର ଏଭଳି ଚକ୍ଷୁଭଙ୍ଗୀ ପ୍ରଦର୍ଶନ ଏଯାବତ୍‌ ଦର୍ଶକଙ୍କର ମନେରହିଛି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ