ଆରଏସଏସ୍‌ ମୋଦିଙ୍କୁ ଦେଇଥିଲା ବିମୁଦ୍ରାୟନର ପରିକଳ୍ପନା: ରାହୁଲ

ଆରଏସଏସ୍‌ ମୋଦିଙ୍କୁ ଦେଇଥିଲା ବିମୁଦ୍ରାୟନର ପରିକଳ୍ପନା: ରାହୁଲ

Copy Editor RKD | Published On: Feb 13, 2018 10:58 PM IST |   166

ବେଙ୍ଗାଲୁରୁ : ବିମୁଦ୍ରାୟନର ପରିକଳ୍ପନା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) କିମ୍ବା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା ହୋଇ ନଥିଲା। ଏହି ପରିକଳ୍ପନା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ (ଆରଏସଏସ୍‌) ଦ୍ୱାରା କରାଯାଇଥିଲା। ପରବର୍ତ୍ତୀ ସମୟରେ ସଂଘ ଏହି ପରିକଳ୍ପନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି। ମଙ୍ଗଳବାର କର୍ଣ୍ଣାଟକରେ କଂଗ୍ରେସର ଜନଆଶୀର୍ବାଦ ଯାତ୍ରାର ଚତୁର୍ଥ ଦିନରେ ଭାଗନେଇ ରାହୁଲ ଏହା କହିଛନ୍ତି। ବ୍ୟବସାୟୀ ଗୋଷ୍ଠୀଙ୍କ ସହ ଆଲୋଚନାକାଳରେ ରାହୁଲ କହିଛନ୍ତି ଯେ କେନ୍ଦ୍ରର ଏନଡିଏ ସରକାର ସ୍ୱାଧୀନ ଭାବେ କାର୍ଯ୍ୟକରୁ ନାହିଁ। କାରଣ ଆରଏସଏସର ଲୋକମାନେ ସରକାରଙ୍କ ପ୍ରତି ମନ୍ତ୍ରଣାଳୟକୁ ପରିଚାଳନା କରୁଛନ୍ତି। ପ୍ରତ୍ୟେକ ମନ୍ତ୍ରଣାଳୟରେ ସଂଘର ଜଣେ ଲେଖାଏଁ ଲୋକ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି। ଏହି ଓଏସଡିଙ୍କ ଦ୍ୱାରା ମନ୍ତ୍ରଣାଳୟ ପରିଚାଳିତ ହେଉଛି। ସେ କହିଛନ୍ତି କଂଗ୍ରେସ ଦେଶରେ ଗଣତନ୍ତ୍ର ଶାସନକୁ ଗୁରୁତ୍ୱ ଦେଉଥିବାବେଳେ ବିଜେପି ଅମଲାତାନ୍ତ୍ରିକ ଶାସନକୁ ଗୁରୁତ୍ୱ ଦେଉଛି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ