ବୋଫର୍ସ ମାମଲାରୁ ଓହରିଲେ ଜଷ୍ଟିସ ଖାନୱିଲକର

ବୋଫର୍ସ ମାମଲାରୁ ଓହରିଲେ ଜଷ୍ଟିସ ଖାନୱିଲକର

Copy Editor RKD | Published On: Feb 13, 2018 10:55 PM IST |   64

ନୂଆଦିଲ୍ଲୀ : ବୋଫର୍ସ କମାଣ କିଣା ସମ୍ପର୍କିତ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ୍‌ ଖାନୱିଲକର ଓହରି ଯାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏଥିରୁ ଓହରିଯାଇଛନ୍ତି। ବୋଫର୍ସ ମାମଲା ଉପରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ଦାୟର ଏକ ଜନସ୍ୱାର୍ଥ ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ୧୩ବର୍ଷର ପୁରୁଣା ଏହି ପିଆଇଏଲ୍‌କୁ ଓକିଲ ଅଜୟ ଅଗ୍ରୱାଲ ଦାୟର କରିଛନ୍ତି। ପିଆଇଏଲକୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱ ପୀଠ ଶୁଣାଣି କରୁଛନ୍ତି। ଏହି ପୀଠରେ ଜଷ୍ଟିସ ଖାନୱିଲକରଙ୍କ ସହିତ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ରହିଛନ୍ତି। ଏହି ପୀଠରୁ ପ୍ରଧାନ ବିଚାରପତିଙ୍କୁ ବାଦ୍‌ ଦେବା ଲାଗି ଅଜୟ ଅଗ୍ରୱାଲ ନିବେଦନ କରିଥିଲେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ