୨୦ ଦିନ ଦେଶକୁ ଚଳାଇପାରିବେ ମୁକେଶ ଅମ୍ବାନୀ

୨୦ ଦିନ ଦେଶକୁ ଚଳାଇପାରିବେ ମୁକେଶ ଅମ୍ବାନୀ

Copy Editor RKD | Published On: Feb 13, 2018 09:22 PM IST | Updated On: Feb 13, 2018 09:23 PM IST |   1063

ନୂଆଦିଲ୍ଲୀ : ବିଶ୍ୱର ଧନୀ ବ୍ୟକ୍ତିମାନେ ବ୍ୟକ୍ତିଗତ ଭାବେ ନିଜ ଦେଶକୁ କେତେଦିନ ଚଳାଇପାରିବେ ? ବୋଲି ଏକ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଛି ରବିନ ହୁଡ଼ ସୂଚକାଙ୍କ । ଏହି ସୂଚକାଙ୍କ ପ୍ରସ୍ତୁତ କରିବା ପାଇଁ ୪୯ଟି ଦେଶର ଜନସଂଖ୍ୟା, ସେମାନଙ୍କ ଖର୍ଚ୍ଚ, ଦେଶଗୁଡ଼ିକର ଧନୀ ବ୍ୟକ୍ତିମାନଙ୍କୁ ନେଇ ଏକ ଅନୁଧ୍ୟାନ କରାଯାଇଥିଲା । ଏହି ସୂଚକାଙ୍କ ଅନୁସାରେ ଭାରତର ମୁକେଶ ଅମ୍ବାନୀ ନିଜ ସମ୍ପତ୍ତି ୪୦.୩ କୋଟି ଶହ ଡଲାର ବିନିଯୋଗରେ ୨୦ ଦିନ ପର୍ଯ୍ୟନ୍ତ ଦେଶକୁ ଚଳାଇପାରିବେ । ଆମେରିକାର ଜେଫ ବେଜୋସ ୯୯ ଶହ କୋଟି ଡଲାର ବିନିଯୋଗରେ ୫ ଦିନ, ସ୍ପେନର ଆମାନସିଓ ଓରଟେଗା ୭୫.୩ ଶହ କୋଟି ଡଲାର ଖର୍ଚ୍ଚରେ ୪୮ ଦିନ, ଫ୍ରାନ୍ସର ବେରନାର୍ଡ ଆର୍ନୋଲ୍ଟ ୬୩.୩ ଶହ କୋଟି ଡଲାର ଖର୍ଚ୍ଚରେ ୧୫ ଦିନ, ମେକ୍ସିକୋର କାରଲୋସ ସ୍ଲିମ୍‌ ନିଜର ୬୨.୮ ଶହ କୋଟି ଡଲାର ଦ୍ୱାରା ୮୨ ଦିନ, ଚୀନର ଜାକ ମା ୪୫.୫ ଶହ କୋଟି ଡଲାର ସମ୍ପତ୍ତିରେ ୪ ଦିନ, ହଂକଂର ଜି କା ସିଙ୍ଗ ୩୪.୭ ଶହ କୋଟି ଡଲାର ବିନିଯୋଗରେ ୧୯୧ ଦିନ, ବ୍ରାଜିଲର ଜର୍ଜ ପାଉଲୋ ଲେମାନ ୨୯.୬ ଶହ କୋଟି ଡଲାରରେ ୧୩ ଦିନ, ଇଟାଲିର ଜିଓଭାନି ଫେରାରୋ ଏବଂ ପରିବାର ୨୪.୫ ଶହ କୋଟି ଡଲାରରେ ୯ ଦିନ, ଜର୍ମାନୀର ଡିଏଟେର ସ୍କିୱାର୍ଜ ୨୪.୩ ଶହ କୋଟି ଡଲାର ବିନିଯୋଗରେ ୫ ଦିନ ପର୍ଯ୍ୟନ୍ତ ନିଜ ଦେଶର ସରକାରକୁ ଚଳାଇ ପାରିବେ। ଯଦି ଏହି ଦେଶଗୁଡ଼ିକର ଆୟ ଉତ୍ସ ଭୁଶୁଡି ପଡେ ତେବେ ଧନୀ ଲୋକମାନେ କେତେଦିନ ପର୍ଯ୍ୟନ୍ତ ସେମାନଙ୍କ ଧନରେ ସରକାର ଚଳାଇ ପାରିବେ ବୋଲି ଏକ ପରିକଳ୍ପନାର ପରୀକ୍ଷା କରାଯାଇଥିଲା । ଏହି ସୂଚକାଙ୍କ ଅନୁସାରେ ସାଇପ୍ରସର ଜନ ଫେଡ୍ରିକସେନ ୨୩.୬ ନିୟୁତ ଡଲାରରେ ନିଜ ଦେଶର ସରକାରଙ୍କୁ ସର୍ବାଧିକ ୪୪୧ ଦିନ ପରିଚାଳନା କରିପାରିବେ । ତୁଳନା ଅନୁସାରେ ଜାପାନ, ପୋଲାଣ୍ଡ, ଆମେରିକା ଓ ଚୀନ ସବୁଠି ବ୍ୟୟବହୁଳ ରାଷ୍ଟ୍ରଭାବେ ପରିଗଣିତ ହୋଇଛନ୍ତି । ବିଶ୍ୱର ୧୬ଶ ଧନୀ ବ୍ୟକ୍ତି ଜାକ ମା ଚୀନର କମ୍ୟୁନିଷ୍ଟ ସରକାରକୁ ମାତ୍ର ୪ ଦିନ ଚଳାଇପାାରିବେ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ