ସେନା ପାଇଁ କିଣା ହେବ ୧୬ ହଜାର କୋଟି ଟଙ୍କାର ଅସ୍ତ୍ର

୭ ଲକ୍ଷ ୪୦ହଜାର ଆସଲ୍ଟ ରାଇଫଲ ଓ ୫୭୧୯ ଟି ସ୍ନିପର ରାଇଫଲ କିଣା ହେବ

Copy Editor RKD | Published On: Feb 13, 2018 08:23 PM IST |   194

ନୂଆଦିଲ୍ଲୀ : ସୈନ୍ୟ ବାହିନୀ ପାଇଁ ୧୫, ୯୩୫ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବନ୍ଧୁକ କିଣିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ଏହି ଅର୍ଥରେ ସେନାର ତିନି ବାହିନୀ ପାଇଁ ୭ଲକ୍ଷ ୪୦ହଜାରଟି ଆସଲ୍ଟ ରାଇଫଲ, ୫୭୧୯ଟି ସ୍ନିପର ରାଇଫଲ କିଣାହେବ। ଆସଲ୍ଟ ରାଇଫଲ ବାବଦକୁ ୧୨, ୨୮୦କୋଟି ଟଙ୍କା ଖର୍ଚ୍ଚ ହେବ। ସ୍ନିପର ରାଇଫଲ ପାଇଁ ୯୮୨କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ସହିତ ୧୮୧୯ କୋଟି ଟଙ୍କା ବ୍ୟୟରେ ଲାଇଟ ମେସିନ ଗନ କିଣାଯିବ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ଏହି ବନ୍ଧୁକ କିଣା ପ୍ରସ୍ତାବକୁ ଅନୁମୋଦନ କରିଛି। ବାଏ ଆଣ୍ଡ ମେକ (ଇଣ୍ଡିଆ) ଯୋଜନା ଅଧିନରେ ବିଦେଶୀ କମ୍ପାନୀ ଦ୍ୱାରା ଭାରତରେ ଏହି ସବୁ ବନ୍ଧୁକ ତିଆରି କରାଯିବ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ