ମାଓ ସଂଗଠନ ସଦସ୍ୟଙ୍କ ଆତ୍ମ ସମର୍ପଣ

.

Published On: Feb 13, 2018 08:14 PM IST | Updated On: Feb 13, 2018 08:28 PM IST |   79

ପ୍ରତୀକ ଫଟୋ

 

ମାଲକାନଗିରି: ମାଓବାଦୀ ଛାମୁଆ ବାଲ ସଂଗଠନର ଜଣେ ସଦସ୍ୟ ମାଲକାନଗିରି ଏସ୍‌ପି ଜଗମୋହନ ମୀନାଙ୍କ ନିକଟରେ ଆତ୍ମ ସମର୍ପଣ କରିଛି । ମାଥିଲି ବ୍ଲକରେ ଏହି ନାବାଳକ, ସଂଗଠନର କମାଣ୍ଡରଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଇଥିବା ପୁଲିସ ସୂଚନା ଦେଇଛି ।  ଏହି ନାବାଳକଟି ଛତିଶଗଡ ଅଞ୍ଚଳର, ସେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଗୁମ୍ମା ଆଞ୍ଚଳିକ କମିଟିରେ କାମ କରୁଥିଲା । ବିଭିନ୍ନ ମାଓ ହିଂସାରେ ନାବାଳକଟି ସାମିଲ ଥିଲା ବୋଲି ପୁଲିସ ସୂଚନା ଦେଇଛି । ନାବାଳକକୁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବା ସହ ତାହାର ଶିକ୍ଷା ଓ ଅନ୍ୟାନ ସୁବିଧା କରାଯାଇଛି ବୋଲି ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି ।

 

 

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ