ନଗଡା ନେଉଛି ନୂଆ ରୂପ

.

Published On: Feb 13, 2018 07:54 PM IST | Updated On: Feb 14, 2018 02:09 AM IST |   202

କଟକ: ୨୦୧୬ରେ ଯାଜପୁରର ନଗଡା ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲା  । ଅପପୃଷ୍ଟି ଯୋଗୁଁ  ୧୯ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା  । ଏହି ଖବର ପ୍ରଚାରିତ ହେବାପରେ ଦୁର୍ଗମ ନଗଡାକୁ ରାଜନେତା ଠାରୁ ଆରମ୍ଭ କରି ସ୍ୱେଚ୍ଛା ସେବୀମାନଙ୍କର ଧାଡି ଲାଗିଥିଲା । ଗମନା ଗମନର ଆଦୌ ସୁବିଧା ନଥିବା ନଗଡାର ଚିତ୍ର ଏବେ ବଦଳିଛି । ନଗଡାର ଉନ୍ନତି ପାଇଁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାକୁ ହାତକୁ ନିଆଯ।ଇଛି । 

ନଗଡାର ଜନସଂଖ୍ୟା ୫୬୭, ଏଠାରେ ୧୨୫ଟି ପରିବାର ଲୋକ ବାସ କରନ୍ତି । ନଗଡାରେ ୬ଟି ସାହି ରହିଛି । ଉପର ନଗଡା ,ମଝି ନଗଡା , ତଳ ନଗଡା, ତୁମୁଡି, ଗୁହିଆଶାଳ ଓ ତଳ ଡିହ । ୨୦୧୬ରେ ଏହି ଗ୍ରାମକୁ ଚାଲି ଚାଲି ଯିବା ବି କଷ୍ଟକର ଥିଲା । ଏବେ ଗ୍ରାମକୁ କଂକ୍ରିଟ ସଡକ ନିର୍ମାଣ କରାଯାଇଛି । ଆଗରୁ ଝାଟି ମାଟିର ଘର ଥିଲା । ଏବେ ନଗଡାରେ ବିଭିନ୍ନ ସରକାରୀ ଯୋଜନାରେ ୫୦ରୁ ଅଧିକ ପକ୍କା ଘର ତିଆରି କରାଯାଉଛି । ବିଦ୍ୟୁତ ଯୋଗାଣ,ପାନୀୟ ଜଳ ଯୋଗାଣ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି ।ଜାତୀୟ ଓ ଅନ୍ତର୍ଜାତୀୟସ୍ତରର   ଗଣମାଧ୍ୟମରେ ଏହି ଅଞ୍ଚଳର ସମସ୍ୟା ପ୍ରକାଶିତ ପରେ ବିଭିନ୍ନ ସରକାରୀ କଳ ତତ୍ପର ହୋଇ ପଡିଥିଲେ । ଏବେ ନଗଡାର ପରିସ୍ଥିତରେ ପରିବର୍ତ୍ତନ ଦେଖା ଦେଇଛି । ଓଡିଶା ଜୀବୀକା ମିଶନରେ ନଗଡୀବାସୀଙ୍କୁ ପନିପରିବା ଚାଷ ଓ ପଶୁ ପାଳନ ବିଷୟରେ ତାଲିମ ଦିଆଯାଇଛି । ଅପପୃଷ୍ଟିର ଶିକାର ହୋଇଥିବା ନଗଡାବାସୀ ଏବେ ନିଜ ବାଡିରୁ ତାଜା ପନି ପରିବା ପାଇ ପାରୁଛନ୍ତି ।ଓଡିଶା ଜୀବକା ମିଶନର  ନିର୍ଦେଶକ ପ୍ରଣବ ଜ୍ୟୋତି ନାଥଙ୍କ ତତ୍ୱାବଧାନରେ ବିଭିନ୍ନ ଉନ୍ନୟନ ଯୋଜନା କାର୍ଯ୍ୟକାରୀ ହୋଇଛି । କେବଳ ସେତିକି ନୁହେଁ ନଗଡାରେ ଏବେ  ୧୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସକ୍ରିୟ ଅଛନ୍ତି । ମହିଳାମାନେ ଏବେ ସପ୍ତାହକୁ ଅତି  କମରେ ୧୦ ଟଙ୍କା ସଞ୍ଚୟ କରୁଛନ୍ତି । ସଞ୍ଚୟ ଅର୍ଥକୁ କିପରି ଭଲ କାମ ପାଇଁ ଖର୍ଚ୍ଚ କରିବେ ସେଥିପାଇଁ ବି ସଚେତନ ହୋଇଛନ୍ତି । ଏମାନେ ଆଗ୍ରହର ସହ ଦକ୍ଷତା ବିକାଶ ପାଇଁ ବିଭିନ୍ନ କୁଟୀର ଶିଳ୍ପ ବି ଶିଖିଲେଣି । ଧୀରେ ଧୀରେ ନଗଡାର ଚିତ୍ର ବଦଳିବାରେ ଲାଗିଛି । ଆଗରୁ ଏହି ଅଞ୍ଚଳରେ ବିକାଶ ହୋଇ ପାରିଥିଲେ  ହୁଏତ ଅପପୃଷ୍ଟି ମୃତ୍ୟୁକୁ ରୋକାଯାଇ ପାରିଥାଆନ୍ତି । ଡେରିରେ ହେଲେ ବି ନଗଡାବାସୀ ଏବେ ବିକାଶର ସ୍ପର୍ଶ ପାଇଛନ୍ତି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ