ଶିଶୁଙ୍କ ହାତରେ ବନ୍ଧୁକ, ଭାରତ ବିରୋଧରେ ହାଫିଜର ଜିହାଦି ପ୍ରସ୍ତୁତି

ଶିଶୁଙ୍କ ହାତରେ ବନ୍ଧୁକ, ଭାରତ ବିରୋଧରେ ହାଫିଜର ଜିହାଦି ପ୍ରସ୍ତୁତି

Copy Editor RKD | Published On: Feb 13, 2018 06:52 PM IST |   150

ଇସଲାମାବାଦ : ନଷେଧ ଘୋଷିତ ଆତଙ୍କବାଦୀ ସଂଗଠନ ଜମାତ-ଉଦ୍‌-ଦାବା (ଜେୟୁଡି) ଭାରତରେ ଜିହାଦ ପ୍ରସାର କରିବାକୁ କୋମଳମତି ଶିଶୁଙ୍କୁ ବ୍ୟବହାର କରୁଛି । ଏହର ପ୍ରମାଣ ଦେଉଥିବା ଏକ ବ୍ୟାନର (ଚିତ୍ର) ପଦାକୁ ଆସିଛି । ବ୍ୟାନରରେ ଜେୟୁଡି ନେତା ସଦାକତଙ୍କ ପୁଅ ଏକ ବଡ଼ ବନ୍ଧୁକ ଧରିଥିବା ଦେଖିବାକୁ ମିଳୁଛି । ଏହି ବ୍ୟାନର ଇସଲାମାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମର ବୋଲି ଜାଣିବାକୁ ମିଳିଛି । ପ୍ରକାଶ ଯେ ଜେୟୁଡି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏକ ଶାଖା ସଂଗଠନ ଅଟେ । ଜେୟୁଡି ମୁଖ୍ୟ ହାଫିଜ ସଇଦ ମୁମ୍ବଇ ୨୬/୧୧ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଅଟେ । ତେବେ ଶିଶୁ ବନ୍ଧୁକ ଧରିଥିବା ବ୍ୟାନରରେ ‘କାଶ୍ମୀର ପାକିସ୍ତାନର ଅଭିନ୍ନ ଅଂଶ ଓ କାଶ୍ମୀରର ‘ସ୍ୱାଧୀନତା(ଆଜାଦି) ପାଇଁ ସେମାନେ ସମର୍ଥନ ଦେଇ ଚାଲିଥିବେ । ଜେୟୁଡି ଶିଶୁଙ୍କୁ ନିଜ ସଂଗଠନରେ ସାମିଲ କରି ଜିହାଦି ଭାବେ ବ୍ୟବହାର କରିବାକୁ ପ୍ରଶିକ୍ଷଣ ଦେଉଛି । ଜେୟୁଡି ପାକିସ୍ତାନର କେତେକ ମାଦ୍ରାସା ଓ ଧାର୍ମିକ ସ୍କୁଲ ପରିଚାଳନା କରୁଛି । ଏହି ସ୍କୁଲ ଓ ମାଦ୍ରାସାମାନଙ୍କରେ ଶିଶୁଙ୍କୁ ଧର୍ମ ଓ ଜିହାଦ ଭଳି ପଥଭ୍ରଷ୍ଟ ଶିକ୍ଷା ଦିଆଯାଉଛି । ଏହି ଶିଶୁଙ୍କ ମନରେ ଆମେରକା ପ୍ରତି ବି ଘୃଣା ଭର୍ତ୍ତି କରାଯାଉଛି । ଜେୟୁଡିର କାର୍ଯ୍ୟକଳାପକୁ ନେଇ ପାକିସ୍ତାନ ବି ବିବ୍ରତ ହୋଇପଡିଛି । ବିଶ୍ୱରେ ବୃଦ୍ଧି ପାଉଥିବା ଚାପକୁ ଦୃଷ୍ଟିରେ ରଖି ପାକିସ୍ତାନ ନିଜ ଆତଙ୍କବାଦୀ ନିରୋଧୀ ଆଇନରେ ସଂଶୋଧନ କରିଛି । ହେଲେ ଏହା ହାଫିଜ ସଇଦ ଓ ତାର ସଂଗଠନ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ