ନବୀନ ୭ମ ଧନୀ ମୁଖ୍ୟମନ୍ତ୍ରୀ

ନବୀନ ୭ମ ଧନୀ ମୁଖ୍ୟମନ୍ତ୍ରୀ

Copy Editor RKD | Published On: Feb 13, 2018 05:37 PM IST |   327

ନୂଆଦିଲ୍ଲୀ : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ୭ମ ଧନୀ ମୁଖ୍ୟମନ୍ତ୍ରୀ । ଗଣତାନ୍ତ୍ରିକ ସଂସ୍କାର ସଂସ୍ଥା (ଏଡିଆର) ପକ୍ଷରୁ ନିର୍ବାଚନବେଳେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦାଖଲ ସତ୍ୟପାଠକୁ ଅନୁଧ୍ୟାନ କରାଯାଇ ପ୍ରକାଶିତ ରିପୋର୍ଟରେ ଏହା ଦର୍ଶାଯାଇଛି । ନବୀନ ପଟ୍ଟନାୟକଙ୍କ ସମ୍ପତ୍ତିର ମୂଲ୍ୟ ୧୨,୦୬,୩୭,୪୩୩ ଟଙ୍କା, ଅର୍ଥାତ ୧୨ କୋଟିରୁ ଅଧିକ । ଏହା ମଧ୍ୟରେ ନବୀନଙ୍କ ୧୭,୭୫,୪୩୩ କୋଟି ଟଙ୍କା ଅସ୍ଥାବର ଓ ୧୧,୮୮,୬୨,୦୦୦ ଟଙ୍କା ସ୍ଥାବର ସମ୍ପତ୍ତି ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟନଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ରହିଛି । ଅର୍ଥାତ ତାଙ୍କ ନାମରେ କୌଣସି ଅପରାଧୀକ ମାମଲା ନାହିଁ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ସମୟରେ ଦାଖଲ ସତ୍ୟପାଠକୁ ଅନୁଧ୍ୟାନ କରି ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି । ପ୍ରକାଶ ଯେ ଏହି ତାଲିକାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ସବୁଠୁ ଧନୀ ଓ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ଅଛନ୍ତି । ନବୀନଙ୍କ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ (ସମ୍ପତ୍ତି ମୂଲ୍ୟ ୧୭୭ କୋଟି), ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ( ସମ୍ପତ୍ତି ମୂଲ୍ୟ ୧୨୯ କୋଟି), ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ (ସମ୍ପତ୍ତି ମୂଲ୍ୟ ୪୮ କୋଟି), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ସି ରାଓ (ସମ୍ପତ୍ତି ମୂଲ୍ୟ ୧୫ କୋଟି) ମେଘାଳୟା ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା (ସମ୍ପତ୍ତି ମୂଲ୍ୟ ୧୪ କୋଟି) ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ (ସମ୍ପତ୍ତି ମୂଲ୍ୟ ୧୩ କୋଟି ଟଙ୍କା) ରହିଛନ୍ତି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ