ଜଗତସିଂହପୁର:  ଜଙ୍ଗଲରୁ  ଯୁବତୀଙ୍କ ମୃତ ଦେହ ଉଦ୍ଧାର

.

Published On: Feb 13, 2018 02:01 PM IST | Updated On: Feb 13, 2018 02:20 PM IST |   425

ଜଗତସିଂହପୁର:  ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ  ଧଳତଙ୍ଗଗଡ଼ ଜଙ୍ଗଲ ନିକଟସ୍ଥ  ମୁଣ୍ଡାଳ ଗାଁ ନିକଟରୁ ଜଣେ ଅଜଣା ଯୁବତୀଙ୍କର ମୃତଦେହ ଉଦ୍ଧାର କରାଯାଇଛି । ରାସ୍ତା କଡରେ ଏକ ଅଖା ଭିତରେ ହାତଗୋଡ଼ ବନ୍ଧାହୋଇ ପଡ଼ିଥିବା ଏହି ଯୁବତୀଙ୍କର ମୃତ ଦେହକୁ ରଘୁନାଥପୁର ପୁଲିସ ଉଦ୍ଧାର କରିଛି । କେହି ଅନ୍ୟତ୍ର ଯୁବତୀଙ୍କ ହତ୍ୟା କରିବା ପରେ ଏହିଠାରେ ଫିଙ୍ଗି ଦଇଥିବା ସନ୍ଦେହ କରାଯାଉଛି ।  ସ୍ଥାନୀୟ ଲୋକେ ଏହା ଦଖିବା ପରେ ସନ୍ଦେହରେ ପୁଲିସ କୁ ଖବର ଦେଇଥିଲେ । ମୃତ ଯୁବତୀଙ୍କର କୌଣସି ପରିଚୟ ଜଣା ପଡ଼ିନାହିଁ । ବର୍ଷକ ତଳେ ଏହି ଜଙ୍ଗଲରୁ ଆଉ ଜଣେ ଅଜଣା ଯୁବତୀଙ୍କର ମଧ୍ୟ ମୃତଦେହ ଉଦ୍ଧାର କରାଯାଇଥିଲା । ତାହାର ତଦନ୍ତ ଚାଲିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି  ସୁଫଳ ମିଳି ପାରିନାହିଁ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ