ସ୍ମିଥ୍‌ଙ୍କୁ ଆଲାନ୍‌ ବର୍ଡର ପଦକ

.

Copy Editor RRM | Published On: Feb 13, 2018 01:48 AM IST |   181

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ଙ୍କୁ ମିଳିଛି ସମ୍ମାନଜନକ ଆଲାନ ବର୍ଡର ପଦକ । ବିଗତ ୧୨ ମାସରେ ସ୍ମିଥ୍‌ ଉଭୟ ଦିନିକିଆ ଓ ଟେଷ୍ଟରେ ୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୬୪.୪୬ ହାରରେ ୧୭୫୪ ରନ୍‌ ସଂଗ୍ରହ କରିଥିବାରୁ ତାଙ୍କୁ ଏହି ପଦକ ମିଳିଛି । ପୂର୍ବରୁ ୨୦୧୫ରେ ସ୍ମିଥ୍‌ ଏହି ପଦକ ହାସଲ କରିଥିଲେ ।
ଅଷ୍ଟ୍ରେଲିଆ ଦଳର ଉପଅଧିନାୟକ ଡେଭିଡ ୱାର୍ଣ୍ଣର ଓ ସ୍ପିନର ନାଥାନ୍‌ ଲିଅନ୍‌ଙ୍କୁ ପଛରେ ପକାଇ ସ୍ମିଥ ଏହି ପଦକ ପାଇଛନ୍ତି । ସ୍ମିଥ୍‌ଙ୍କୁ ୨୪୬ଟି ଭୋଟ୍‌ ମିଳିଥିବା ବେଳେ ୱାର୍ଣ୍ଣରଙ୍କୁ ୧୬୨ ଓ ଲିଅନ୍‌ଙ୍କୁ ୧୫୬ ଖଣ୍ଡ ଭୋଟ୍‌ ମିଳିଥିଲା । ସ୍ମିଥ୍‌ଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଏକ ସଂଘର୍ଷପୂର୍ଣ୍ଣ ସିରିଜ୍‌ରେ ଭାରତଠାରୁ ହାରିଥିବା ବେଳେ ବାଂଲାଦେଶ ବିରୋଧରେ ସିରିଜ୍‌ ଅମୀମାସିଂତ ରଖିଥିଲା । ସେହିପରି ଏହି ଦଳ ଇଂଲଣ୍ଡକୁ ଆସେସ୍‌ ସିରିଜ୍‌ରେ ୪-୦ରେ ପରାସ୍ତ କରିଥିଲା । ସୂଚନାଥାଉକି ରିକି ପଣ୍ଟିଂ ୨୦୦୪, ୨୦୦୬, ୨୦୦୭ ଓ ୨୦୦୯, ମାଇକେଲ୍‌ କ୍ଲାର୍କ ୨୦୦୫, ୨୦୦୯ ଓ ୨୦୧୨, ୨୦୧୩, ସେନ୍‌ ୱାଟସନ୍‌ ୨୦୧୦, ୨୦୧୧ ଏବଂ ଡେଭିଡ ୱାର୍ଣ୍ଣର ୨୦୧୬, ୨୦୧୭ରେ ଆଲାନ୍‌ ବର୍ଡର ପଦକ ହାସଲ କରିଥିଲେ । ସେହିପରି ମହିଳା ଅଲରାଉଣ୍ଡର ଏଲିସେ ପେରୀଙ୍କୁ ଦ୍ୱିତୀୟଥର ପାଇଁ ବେଲିଣ୍ଡା କ୍ଲାର୍କ ପୁରସ୍କାର ମିଳିଛି । ପୂର୍ବରୁ ୨୦୧୬ରେ ମଧ୍ୟ ପେରୀ ଏହି ପୁରସ୍କାର ହାସଲ କରିଥିଲେ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ