ୱଜ୍‌ନିଆକି ନଂ ୧

.

Copy Editor RRM | Published On: Feb 12, 2018 11:27 PM IST |   38

ମାଦ୍ରିଦ: ନିକଟରେ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ମହିଳା ସିଙ୍ଗଲ୍‌ସ ଚମ୍ପିଆନ୍‌ ହୋଇଥିବା ଡେନ୍‌ମାର୍କର କାରୋଲିନ୍‌ ୱଜ୍‌ନିଆକି ଡବ୍ଲୁଟିଏ ମାନ୍ୟତାରେ ବିଶ୍ୱର ୧ନଂ ମହିଳା ସିଙ୍ଗଲ୍‌ସ ଟେନିସ ଖେଳାଳି ହୋଇଛନ୍ତି । ଡବ୍ଲୁଟିଏ ପକ୍ଷରୁ ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକାରେ ୱଜ୍‌ନିଆକି ରୋମାନିଆର ସିମୋନା ହାଲେପ୍‌ଙ୍କୁ ୧ନଂ ସ୍ଥାନରୁ ହଟାଇ ଦେଇଛନ୍ତି । ଅଷ୍ଟ୍ରେଲିଆନ୍‌ ଓପନ୍‌ ମହିଳା ସିଙ୍ଗଲ୍‌ସ ଫାଇନାଲରେ ହାଲେପ୍‌ଙ୍କୁ ହିଁ ୱଜ୍‌ନିଆକି ପରାସ୍ତ କରିଥିଲେ । ଏହି ଦୁଇ ଖେଳାଳିଙ୍କ ମାନ୍ୟତାରେ ପରିବର୍ତ୍ତନ ଘଟିଥିବା ବେଳେ ଶୀର୍ଷ-୧୦ ମହିଳା ଖେଳାଳିଙ୍କ ମାନ୍ୟତାରେ ବେଶ୍‌ କିଛି ପରିବର୍ତ୍ତନ ହୋଇନାହିଁ । ୧ନଂ ସ୍ଥାନରେ ଥିବା ୱଜ୍‌ନିଆକି ୭୯୬୫ ପଏଣ୍ଟ ପାଇଥିବା ବେଳେ ହାଲେପ୍‌ ୭୬୧୬ ର୍ୟାଙ୍କିଙ୍ଗ୍‌ ପଏଣ୍ଟ ପାଇଛନ୍ତି । ୟୁକେନ୍‌ର ଏଲିନା ଶ୍ୱିତୋଲିନା ୩ୟ, ସ୍ପେନ୍‌ର ଗାର୍ବାଇନ୍‌ ମୁଗୁରୁଜା ୪ର୍ଥ ଓ ଚେକ୍‌ ରିପବ୍ଲିକ୍‌ର କାରୋଲିନା ପ୍ଲିସ୍କୋଭା ୫ମ ସ୍ଥାନରେ ଅଛନ୍ତି । ୬ଷ୍ଠରୁ ୧୦ମ ସ୍ଥାନରେ ଥିବା ଖେଳାଳି ହେଲେ ଲାଟ୍‌ଭିଆର ୟେଲିନା ଓଷ୍ଟାପେଙ୍କୋ, ଫ୍ରାନ୍‌ସର କାରୋଲିନ୍‌ ଗାର୍ସିଆ, ଆମେରିକାର ଭିନସ୍‌ ୱିଲିୟମ୍‌ସ, ଜର୍ମାନୀର ଆଞ୍ଜେଲିକ୍‌ କର୍ବର ଓ ଜର୍ମାନୀର ଜୁଲିଆ ଜର୍ଜେସ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ