ସୋମବାର ରାଶିଫଳ

ସୋମବାର ରାଶିଫଳ

Copy Editor RKD | Published On: Feb 12, 2018 12:26 AM IST |   1773

ମେଷ: ଭ୍ରମଣ ଯୋଗ ଅଛି। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ନେଇ ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। ଭକ୍ତି ମାର୍ଗରେ ମନ ବଳାଇ ସୁଖଭୋଗ କରିବେ।
ବୃଷ: ଯାତାୟାତରେ ସତର୍କତା ଅବଲମ୍ବନ କରିବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସତ୍‌ପଥଗାମୀ ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ଲାଭ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବା ଯୋଗୁଁ ଉଚ୍ଚ ସ୍ଥାନ ଆରୋହଣ ଓ ଜଳ ଯାତ୍ରା ମନା।
ମିଥୁନ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।
କର୍କଟ: ଅର୍ଜନ କରିଥିବା ଅଭିଜ୍ଞତାକୁ ନିଜ କାର୍ଯ୍ୟରେ ଲଗାଇ ପାରନ୍ତି। ଶତ୍ରୁ ପରାଜିତ ହେବ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
ସିଂହ: ମନରେ ଈର୍ଷାଭାବ ଦେଖା ଦେଇପାରେ। ପଢ଼ାପଢ଼ିରେ ମନୋ ନିବେଶ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରଫୁଲ୍ଲିତ ହେବେ।
କନ୍ୟା: ଦିନ ସାରା କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ନିଜକୁ କଳହ ମୁକ୍ତ ରଖିବାକୁ ଚେଷ୍ଟା କରିବେ। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ହର୍ଷଯୁକ୍ତ ଓ ବିଶୁଦ୍ଧ ଭାଷୀ ହୋଇପାରନ୍ତି। ଧନାଗମ ହୋଇପାରେ।
ତୁଳା: ଉଚ୍ଚ ଆଶା ଫଳବତୀ ହେବ। ଆର୍ଥôକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ହ୍ରାସ ହୋଇ ସୁଖ ମିଳିବ। ସରକାରୀ ସ୍ତରରୁ ଲାଭ ଉଠାଇବାରେ ସକ୍ଷମ ହେବେ।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆକସ୍ମିକ ସମସ୍ୟା ଉପୁଜିଲେ ମଧ୍ୟ ତା’ର ସୁ- ସମାଧାନ ହେବ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହେବେ। ସୁବର୍ଣ୍ଣ ସଂପଦ ପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁ ଉପରେ ବିଜୟୀ ହେବା ସହଜ ନୁହେଁ।
ଧନୁ: କିଛି ସମ୍ପଦ ହସ୍ତଗତ ହୋଇପାରେ। ବହୁସୁଖର ଅଧିକାରୀ ହେବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍‌ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।
ମକର: ବନ୍ଧୁ ସାହାଯ୍ୟ ପାଇ ଖୁସି ହୋଇପାରନ୍ତି। ସ୍ୱାଧୀନ ଚିନ୍ତାଧାରାନେଇ କାର୍ଯ୍ୟ କରିବା ସମ୍ଭବପର ନୁହେଁ। ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଯଥା ବିତର୍କରେ ଭାଗନେବା ଅନୁଚିତ। ଖର୍ଚ୍ଚାନ୍ତ ହେବେ। ସ୍ୱାଭିମାନୀ ହୋଇପାରନ୍ତି।
କୁମ୍ଭ: ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାଣ୍ଡିତ୍ୟର ପରିପ୍ରକାଶ ଘଟିବ। ହାସ୍ୟଯୁକ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହେବେ।
ମୀନ: କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁସମ୍ବଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭ କାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ