ୟୁଏଇରେ ଭାରତୀୟତାକୁ ନୂତନ ପରିଚୟ ପ୍ରଦାନ କରିବ ପ୍ରଥମ ହିନ୍ଦୁ ମନ୍ଦିର : ମୋଦି

ଆବୁଧାବିରେ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

Copy Editor AH | Published On: Feb 11, 2018 05:52 PM IST |   163

ଆବୁଧାବି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଯୁକ୍ତ ଆରବ ଏମିରେଟ୍‌ସର ରାଜଧାନୀ ଆବୁଧାବି ଠାରେ ବୋଚାସନ୍ୱାସୀ ଶ୍ରୀ ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରାୟଣ ସଂସ୍ଥା ଆନୁକୂଲ୍ୟରେ ନିର୍ମାଣ ହେବାକୁ ଥିବା ପ୍ରଥମ ହିନ୍ଦୁ ମନ୍ଦିରର ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଦୁବାଇ ଅପେରା ହାଉସ୍‌ରେ ଏହି ଶିଳାନ୍ୟାସ ଉତ୍ସବର ସିଧା ପ୍ରସାରଣ କରାଯାଇଥିଲା । ଏହି ଅବସରରେ ଶ୍ରୀ ମୋଦି କହିଛନ୍ତି ଏହି ମନ୍ଦିର ହେଉଛି, ଧାର୍ମିକ ସହିଷ୍ଣୁତା ଏବଂ ବସୁଧୈବ କୁଟୁମ୍ବକମ୍‌ ବା ଏକ ବିଶ୍ୱ ଏକ ପରିବାର ସଂପର୍ରକରେ ଭାରତୀୟ ନୀତିର ପ୍ରତୀକ । ଏହି ମନ୍ଦିର ୟୁଏଇରେ ଭାରତୀୟତାକୁ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ସେ କହିଛନ୍ତି ।

ଏହି ଭବ୍ୟ ମନ୍ଦିର  ପାଇଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ଶ୍ରୀ ମୋଦି ଆବୁଧାବିର ଯୁବରାଜ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନାହ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୁବାଇ-ଆବୁଧାବି ରାଜମାର୍ଗ ନିକଟରେ ଏହା ହେବ ପ୍ରଥମ ପଥର ନିର୍ମିତ ମନ୍ଦିର । ୫୫୦୦୦ ହଜାର ବର୍ଗମିଟର ପରିଧି ମଧ୍ୟରେ ଏହି ମନ୍ଦିର ନିର୍ମାଣ କରାଯିବ ଏବଂ ୨୦୨୦ ମସିହା ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ