ଶ୍ରୀମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କଲେ ନେପାଳ ନରେଶ

.

Published On: Feb 11, 2018 04:12 PM IST | Updated On: Feb 11, 2018 05:45 PM IST |   165

ପୁରୀ:  ପୁରୀ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ନେପାଳ ନରେଶ ଚତୁର୍ଦ୍ଧା ବିଗ୍ରହଙ୍କର ସେବା ପୂଜା କରିଛନ୍ତି । ସେ ପରମ୍ପରା ଅନୁସାରେ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ବରିଷ୍ଠ  ଅଧିକାରୀମାନେ ତାଙ୍କୁ  ସ୍ୱାଗତ କରିଥିଲେ । ଏହି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା ।

ନେପାଳ ନରେଶ ବୀର ବିକ୍ରମଶାହା ଦେବଙ୍କୁ ଭିତର କାଠ ନିକଟରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସ୍ୱାଗତ କରିଥିଲେ । ନେପାଳ ନରେଶଙ୍କ ସହ ଲାଲ ମୋହରିଆ ପଣ୍ଡା , ରାଜପୁରୋହିତ ଥିଲେ । ରତ୍ନ ସିଂହାସନ ଉପରେ ବୀର ବିକ୍ରମଶାହା ଦେବ କର୍ପୂର ଆଳତୀ ଓ ସଲିଳା ଆଳତୀ କରିଥିଲେ । ଏହାପରେ ସେ ପାର୍ଶ୍ୱ ଦେବାଦେବୀଙ୍କର ଦର୍ଶନ କରିଥିଲେ । ସେ ଶ୍ରୀମନ୍ଦିରରେ ୨ଟି ଶାଳଗ୍ରାମ ସହ କିଛି ଅଳଙ୍କାର ଦାନ ଦେଇଥିବା ସୂଚନା ମିଳିଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ