କଲିକତାର ଅଜବ ମଣିଷ; ପ୍ରତିଦିନ ଖାଆନ୍ତି ଝିଟିପିଟି, ଅସରପା, ମୂଷା

.

Copy Editor RRM | Published On: Feb 10, 2018 03:51 PM IST |   259

କଲିକତା: ପୂର୍ବ କଲିକତାର ସିୟାଲଦାହ ରେଳ ଷ୍ଟେସନ ନିକଟରେ ରହୁଥିବା ଜଣେ ଯୁବକଙ୍କ ଖାଦ୍ୟପେୟ ସମ୍ପୂର୍ଣ୍ଣ ଅଜବ ପ୍ରକାରର । ସେ ଜୀବନଧାରଣ ପାଇଁ ପ୍ରତିଦିନ ଝିଟିପିଟି, ଅସରପା, ମୂଷା ଓ କାଉଗୁଡ଼ିକୁ ମାରି ଖାଇଥାନ୍ତି । ଯୁବକ ଜଣକ ଏହି ଜୀବଜନ୍ତୁଗୁଡିକୁ ଖାଇବାକୁ ପସନ୍ଦ କରନ୍ତି । ୨୫ ବର୍ଷୀୟ ଏହି ଯୁବକଙ୍କ ନାମ ଅମିତ କର୍ମାକର । ସେ ଉକ୍ତ ରେଳ ଷ୍ଟେସନ ନିକଟରେ ରୁହନ୍ତି । ଷ୍ଟେସନ ନିକଟରେ ରହୁଥିବା ଜଣେ ଦୋକାନୀଙ୍କ କହିବାନୁସାରେ, ଏକଦା ଅମିତ ଏକ କାଉ ଛୁଆକୁ ଖାଇ ଦେଇଥିଲେ । ଏହି ଘଟଣାକୁ ନେଇ ଅମିତଙ୍କୁ ଆରପିଏଫ୍‌ କର୍ମଚାରୀ ମାଡ଼ ମାରିଥିଲେ । ମାତ୍ର ଅମିତ ନିଜର ଏହି ଅଜବ ପ୍ରକାର ଖାଦ୍ୟ ଖାଇବା ପରିବର୍ତ୍ତନ କରିପାରୁନାହାନ୍ତି ବରଂ ଏହି ଜୀବଜନ୍ତୁଗୁଡ଼ିକୁ ଖାଇବା ତାଙ୍କୁ ଭଲ ଲାଗିଥାଏ ବୋଲି ଅମିତ କୁହନ୍ତି । ଏ ସଂକ୍ରାନ୍ତରେ କଲିକତା ମେଡିକାଲ କଲେଜର ଡାକ୍ତର ରଞ୍ଜନ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଏହି ଜୀବଜନ୍ତୁ ଖାଇବା ଦ୍ୱାରା ମଣିଷର ସ୍ନାୟୁ ବିଭାଗ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ