ମଇଦାନରେ ୧୩ ପ୍ରାର୍ଥୀ

ବିଜେପୁର ଉପ ନିର୍ବାଚନ

Copy Editor AH | Published On: Feb 09, 2018 11:10 PM IST |   128


ଭୁବନେଶ୍ୱର : ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ବିଜେପୁର ଉପ ନିର୍ବାଚନରେ ୧୩ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରିବେ। ଶୁକ୍ରବାର ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ନିର୍ବାଚନ କମିଶନ ସମୟ ଧାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଜଣେ ପ୍ରାର୍ଥୀ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି। ରିଟର୍ଣ୍ଣିଂ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ସ୍ୱାଧୀନ ପ୍ରାର୍ଥୀ ସଦାଶିବ ନାଗ ତାଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସେ ସୂଚନା ଦେଇଛନ୍ତି।


ଶ୍ରୀ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପୁର ଉପ ନିର୍ବାଚନ ସଂକ୍ରାନ୍ତ ସୂଚନା ଦେଇ କହିଛନ୍ତି, ଭାରତର ନିର୍ବାଚନ କମିଶନଙ୍କ ନିର୍ଦେଶ ଅନୁଯାୟୀ ଜାନୁଆରୀ ୨୩ ତାରିଖରେ ୨- ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ଉପ ନିର୍ବାଚନ କରାଯିବାକୁ ଘୋଷଣା ହୋଇଥିଲା। ଜାନୁଆରୀ ୩୦ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି ହୋଇଥିଲା। ଉପ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବା ୧୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଯାଞ୍ଚ ସମୟରେ ତିନିଜଣ ପ୍ରାର୍ଥିଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ