ସାଂସଦ ଏ.ଭି. ସ୍ୱାମୀ ଆହତ

ରାମ ମନୋହର ଲୋହିଆ ହସପିଟାଲରେ ଚିକିତ୍ସାଧିନ

Copy Editor AH | Published On: Feb 09, 2018 10:50 PM IST |   95



ନୂଆଦିଲ୍ଲୀ  : ଆଜି ରାଜ୍ୟସଭା ସାଂସଦ ଏ ଭି ସ୍ୱାମୀ ଭାରସାମ୍ୟ ହରାଇ ଗୃହ ମଧ୍ୟରେ ପଡ଼ିଯିବାରୁ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହିବା ସହ ଡାହାଣ ହାତରେ ଆଘାତ ଲାଗିଛି। ସ୍ଥାନୀୟ ରାମ ମନୋହର ଲୋହିଆ ହସପିଟାଲ ମେଡିସିନ ବିଭାଗର ଆଇସିୟୁରେ ଏବେ ଚିକିତ୍ସାଧିନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଦିନେ ଦୁଇ ଦିନ ମଧ୍ୟରେ ଶ୍ରୀ ସ୍ୱାମୀ ସୁସ୍ଥ ହୋଇଯିବେ ବୋଲି ଚିକିତ୍ସା କରୁଥିବା ଡାକ୍ତରୀ ଦଳ କହିଛନ୍ତି।


ଆଜି ଦିନ ବାରଟା ସମୟରେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟକୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ ଦିନ ସାଢ଼େ ଦୁଇଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ମୁଲତବୀ ପରେ ଶ୍ରୀ ସ୍ୱାମୀଙ୍କ ସମେତ କିଛି ସାଂସଦ ନିଜ ସିଟରେ ବସି ଆଲୋଚନା କରୁଥିଲେ। ଏହି ସମୟରେ ଅନ୍ୟ ଏକ ଦ୍ୱାରରେ ଯାଉଥିବା ଓଡ଼ିଶାର ଜଣେ ରାଜ୍ୟସଭା ସାଂସଦଙ୍କ ନିକଟରେ ପହଞ୍ଚିବା ପାଇଁ ସେ ନିଜ ସିଟରୁ ଉଠି ସେହି ଦ୍ୱାର ଆଡ଼କୁ ମୁହାଁଇଥିଲେ। ତରବରିଆ ଭାବେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ ବୋଲି ସାଂସଦ ଶ୍ରୀ ସ୍ୱାମୀ କହିଛନ୍ତି। ସେ ତଳେ ପଡ଼ିଯିବା ପରେ ତୁରନ୍ତ ତାଙ୍କୁ ଆମ୍ବୁଲାନସ ଯୋଗେ ସ୍ଥାନୀୟ ରାମ ମୋହନ ଲୋହିଆ ହସପିଟାଲରେ ଭର୍ତ୍ତି କରାଯାଇଥିଲା।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ