ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ମାର୍ଚ୍ଚ ୫ ପର୍ଯ୍ୟନ୍ତ ଲୋକସଭା ମୁଲତବୀ

Copy Editor AH | Published On: Feb 09, 2018 09:17 PM IST |   130


ନୂଆଦିଲ୍ଲୀ : ଲୋକସଭାକୁ ଆସନ୍ତା ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଏଥି ସହିତ ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ମାର୍ଚ୍ଚ ୫ ତାରିଖରୁ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ । ଶୁକ୍ରବାର ପୂର୍ବାହ୍ନରେ ଗୃହ ପ୍ରଥମ ଥର ପାଇଁ ମୁଲତବୀ ହୋଇ ମଧ୍ୟାହ୍ନରେ ପୁନର୍ବାର ଆରମ୍ଭ ହେବା ପରେ ତେଲୁଗୁଦେଶମ୍‌ ଏବଂ ୱାଇଏସଆର କଂଗ୍ରେସର ସଦସ୍ୟମାନେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ୨୦୧୪ ମସିହାରେ ରାଜ୍ୟର ବିଭାଜନ ହେବା ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିର ପାଳନ ପାଇଁ ସଦସ୍ୟମାନେ ଦାବି କରିଥିଲେ। ପରିସ୍ଥିତିରେ ପରିବର୍ତ୍ତନ ନ ଘଟିବାରୁ ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ପୁଣିଥରେ ମୁଲତବୀ କରିଦେଇଥିଲେ ।

ରାଜ୍ୟସଭାରେ ଟିଡିପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ସମାନ ଦାବିକୁ ନେଇ ହଟ୍ଟଗୋଳ କରିଥିଲେ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ