ଶିବରାତ୍ରି ଦିନ କରନ୍ତୁ ଏହି ଉପାୟ, ପୂରଣ ହେବ ମନୋସ୍କାମନା

.

Published On: Feb 09, 2018 02:56 PM IST |   2498

ପେବୃଆରୀ ୧୪ ତାରିଖରେ ମହାଶିବରାତ୍ରି ପଡୁଛି । ଭଗବାନ ଶଙ୍କର ବା ଭୋଳାବାବାଙ୍କ ପ୍ରିୟ ହେଉଛି ମହାଶିବରାତ୍ରି । ହିନ୍ଦୁ ପରମ୍ପରାରେ ଏହି ଦିନଟିକୁ ନିଷ୍ଠା ଓ ଖୁବ୍ ଧୁମଧାମରେ ପାଳନ କରାଯାଏ ।

ମାନ୍ୟତା ଅଛି ଯେ, ଏହି ଦିନ ମଧ୍ୟରାତ୍ରିରେ ଭଗବାନ ଶଙ୍କରଙ୍କ ବ୍ରହ୍ମାରୁ ରୁଦ୍ର ରୂପରେ ଅବତରଣ ହୋଇଥିଲା । ଶାସ୍ତ୍ରଅନୁସାରେ ଏହି ପ୍ରଳୟ ହୋଇଥିଲା ଏବଂ ଶିବଲିଙ୍ଗର ଉତ୍ପତ୍ତି ମଧ୍ୟ ହୋଇଥିଲା।

ମହାଶିବରାତ୍ରି ଦିନ ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଜଳରେ ରାଶି ପକାଇ ଓଁ ନମଃ ଶିବାୟ କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ସ୍ନାନ କରିବା ଉଚିତ୍ ।

ଶିବରାତ୍ରି ଦିନ ପ୍ରଦଶ କାଳରେ ଅର୍ଥାଥ ଦିନ ଓ ରାତିର ମିଳନ ସମୟରେ ଭଗବାନ ଶଙ୍କରଙ୍କ ପୂଜା ନିତ୍ୟନ୍ତ କରିବା ଆବଶ୍ୟକ । କୁହାଯାଏ ଏହି ସମୟରେ ଭଗବାନ ଶିବ ସାକ୍ଷାତ ଶିବଲିଙ୍ଗରେ ବିରାଜମାନ ରୁହନ୍ତି । ଯଦି ସେହି ସମୟରେ ଯେଉଁ ଭକ୍ତ ଶିବଙ୍କୁ ଆରଧାନ କରି ନିଜ ଇଚ୍ଛା ପ୍ରକଟ କରେ, ତାଙ୍କର ମନୋସ୍କାମନ ପୂରଣ ହୋଇଥାଏ ।

ଶିବରାତ୍ରିରେ ପୂର୍ବ ଦିଗକୁ ଦୀପ ଲଗାଇ ଐଶାନ କୋଣ ପଟକୁ ମୁହଁ କରି ପୂଜା କରିବା ଦ୍ବାରା ପୂର୍ଣ୍ଣପ୍ରାପ୍ତି ହୋଇଥାଏ । ଏହା ସହ ସବୁ ସଙ୍କଟ ଦୂର ହୋଇଥାଏ ।

ଏହି ଦିନ ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ ପାଣି, କ୍ଷୀର, ଦହି, ମହୁ ଓ ବେଲପତ୍ର ଚଢାଇ ଓଁ ନମଃ ଶିବାୟ ମନ୍ତ୍ର ଜପ କରି ପୂଜା କରନ୍ତୁ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ