ଜାଣନ୍ତୁ ରାଶି ଅନୁଯାୟୀ କିପରି କରିବେ ପୋଷାକ ଚୟନ

.

Published On: Feb 08, 2018 05:30 PM IST |   1688

ସପିଙ୍ଗ କରିବା ବା ନୂଆ ନୂଆ ପୋଷାକ କିଣି ପିନ୍ଧିବାକୁ କାହାକୁ ବା ଭଲ ନ ଲାଗେ । କିନ୍ତୁ ଏହି ନୂଆ ପୋଷାକ ଜୀବନରେ ଦୁର୍ଭାଗ୍ୟର କାରଣ ହୁଏ, ତେବେ ଆପଣ କ’ଣ ପୋଷାକ କିଣିବା ଛାଡି ଦେବେ ?

ନୂଆ ପୋଷାକରେ ନକରାତ୍ମକ ଶକ୍ତି ରହିଥାଏ, ଯାହା ମନ ଖରାପର କାରଣ ହୋଇଥାଏ । ଫଳରେ କିଛି ଶୁଭ କାମ ଅସଫଳ ମଧ୍ୟ ହୋଇଥାଏ । ଯଦି ଆପଣ ନିଜ ରାଶି ହିସାବରେ ନୂଆ ପୋଷାକ ଚୟନ କରିବେ ତେ​‌ବେ ଏପରି ସମସ୍ୟା ପ୍ରାୟତଃ ଦେଖା ଦେଇ ନଥାଏ।

ମେଷ: ଏହି ରାଶିର ଲୋକମାନେ ହାଲୁକା ରଙ୍ଗର ଓ ଭଦ୍ରଚିତ ପୋଷାକ ପିନ୍ଧିବା ଉଚିତ୍ ।

ବୃଷ: ବୃଷ ରାଶିର ଲୋକମାନେ ଚମକିଲା ଓ ରଙ୍ଗ ବେରଙ୍ଗ ପୋଷାକ ପିନ୍ଧିବା ଉଚିତ୍ । ଏହା ସହ ବୟସ ତୁଳନାରେ କମ୍ ଲାଗୁଥିବା ପୋଷାକ ପିନ୍ଧିବା ଉଚିତ୍ ।

ମିଥୁନ ରାଶି: ଏହି ରାଶିର ଲୋକେ ପୋଷାକ ପରିଧାନରେ ବହୁତ ସତର୍କ ରହିଥାନ୍ତି । ଏମାନେ ରଙ୍ଗ ବେରଙ୍ଗ ବା ସୌଖିନ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ।

କର୍କଟ: ଏହି ରାଶିର ଲୋକମାନେ ନିଜ ମୁଡ ହିସାବରେ ପୋଷାକ ପିନ୍ଧିଥାନ୍ତି । ମନ ଭଲ ଥିଲେ ଭଲ ପୋଷାକ ଓ ମନ ଖରାପ ଥିଲେ ଖରାପ ପୋଷାକ ପିନ୍ଧିଥାନ୍ତି ।

ସିଂହ: ଏହି ରାଶିର ଲୋକମାନେ ସଫା ସୁତୁରା ପୋଷାକ ପରିଧାନ କରବା ଉଚିତ୍ । ଫଳରେ ଜୀବନରେ ସଂଘର୍ଷ କମ୍ ହୋଇଥାଏ ।  

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ