ଆଳୁରୁ ତିଆରି କରନ୍ତୁ ଫେସପ୍ୟାକ୍, ପାର୍ଲର ନ ଯାଇ ପାଆନ୍ତୁ ଗୋରା ଓ ସୁନ୍ଦର ତ୍ଵଚା

.

Published On: Feb 08, 2018 04:24 PM IST | Updated On: Feb 08, 2018 04:28 PM IST |   754

୧. ଗୋଟିଏ ଆଳୁର ରସ ନେଇ ସେଥିରେ ଗୋଟିଏ ଅଣ୍ଡାରେ ଧଳା ଅଂଶକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ହେଇ ପଡନ୍ତୁ । ସଙ୍ଗେ ସଙ୍ଗେ ତ୍ଵଚାରେ ଫରକ ନଜର ଆସିବ ।

୨. ଆଳୁ ଓ ହଳଦୀର ଫେସପ୍ୟାକ ନିୟମିତ ଲଗାଇବା ଦ୍ବାରା ରଙ୍ଗ ସଫା ହୋଇଥାଏ । ଆଳୁକୁ ପ୍ରଥମେ କୋରି ଦିଅନ୍ତୁ ବା ବାଟି ଦିଅନ୍ତୁ। ସେଥିରେ ଏକ ଚିମୁଟା ହଳଦୀ ପାଉଡର ଗୋଳାଇ ଚେହେରାରେ ଲଗାଇ ଅଧ ଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ।

୩. ଚେହେରାରେ ଚମକ ଆଣିବାକୁ ଚାହୁଁଥିଲେ, ପ୍ରଥମେ ଏକ ଆଳୁର ପେଷ୍ଟ ତିଆରି କରନ୍ତୁ । ସେଥିରେ ୩ରୁ ୪ ଚାମଚ ମୁଲତାନି ମାଟି ଓ କିଛି ବୁନ୍ଦା ଗୋଲାପ ଜଳ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ । ଅଧଘଣ୍ଟା ପରେ ଧୋଇ ହୋଇ ପଡନ୍ତୁ । ଚେହେରାର ଚମକ ବୃଦ୍ଧି ପାଇବା ସହ କୁଞ୍ଚନ ପଡି ନଥାଏ । 

୪. ଆଳୁ ରସ ନେଇ ସେଥିରେ ଅଳ୍ପ କିଛି କଞ୍ଚା କ୍ଷୀର ମିଶାଇ ମୁହଁ ଓ ବେକରେ ଲଗାଇ ୨୦ ମିନିଟ୍ ପରେ ଧୋଇ ଦିଅନ୍ତୁ । ସପ୍ତାହରେ ତିନି ଥର ଏପରି କରିବା ପରେ ଫରକ ଆପଣ ନିଜେ ଜାଣି ପାରିବେ ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ