ଜାଣନ୍ତୁ, କିପରି ସମୟ କାଟୁଛନ୍ତି ରେଖା

.

Published On: Feb 08, 2018 01:02 PM IST | Updated On: Feb 08, 2018 01:04 PM IST |   1317

୭୦-୮୦ ଦଶକର ଆଗଧାଡ଼ିର ଅଭିନେତ୍ରୀ ଭାବେ ଜଣାଯାଉଥିବା ରେଖା ଆଜିର ସମୟରେ କାଁଭାଁ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି । ନିର୍ଦେଶକଙ୍କ ଲମ୍ବା ଧାଡ଼ି ତାଙ୍କ ପାଖରେ ଥିଲେ ମଧ୍ୟ ଅଭିନୟ ପ୍ରତି ସେଭଳି ଆଗ୍ରହ ଦେଖାଉନାହାନ୍ତି ଏହି ବର୍ଷୀୟାନ୍ ସୁନ୍ଦରୀ । ଯେ କୌଣସି ବଲିଉଡ କାର୍ୟ୍ୟକ୍ରମ କିମ୍ବା ପାର୍ଟିରେ ରେଖାଙ୍କୁ ନିଶ୍ଚିତ ଭାବେ ଦେଖିବାକୁ ମିଳିଥାଏ  କିଛିଦିନ ତଳେ ଏକ ସାକ୍ଷାତକାରରେ ରେଖାଙ୍କୁ ପଚରାଯାଇଥିଲା ଯେ କିଭଳି ଭାବେ ସେ ଆଜିକାଲି ସମୟ ଅତିବାହିତ କରୁଛନ୍ତି ?

ସିଧାସଳଖ ଭାବେ ରେଖା କହିଥିଲେ ଯେ ଅଭାବ ତ’ ସେଭଳି କିଛି ନାହିଁ ତାଙ୍କ ପାଖରେ । କାରଣ ମୁମ୍ବଇ ଓ ଚେନ୍ନଇ‌େ‌ର ପର୍ୟ୍ୟାପ୍ତ ସମ୍ପତ୍ତି ତାଙ୍କ ପାଖରେ ଅଛି । ସେସବୁରୁ ମିଳୁଥିବା ଭଡ଼ାରେ ତାଙ୍କ ଖର୍ଚ୍ଚ ଚଳିଯାଏ । ଆଉ ରହିଲା ଚଳଚ୍ଚିତ୍ରରେ ଅଭିନୟ କରିବା ପ୍ରସଙ୍ଗ । ସେ ଆଗ୍ରହ ମଧ୍ୟ ଧୀରେଧୀରେ କମିବାରେ ଲାଗିଛି । ଏହା ପଛର କାରଣ କହିବାକୁ ରେଖା ଚାହିଁ ନ ଥିଲେ । ମାତ୍ର ୧୪ ବର୍ଷ ବୟସରେ ସେ ବଲିଉଡରେ ପାଦ ଥାପିଥିଲେ । ସେ ସମୟର ପରିସ୍ଥିତି ଓ ଆଜିର ଦୃଶ୍ୟପଟ ମଧ୍ୟରେ ଆକାଶ-ପାତାଳ ଫରକ୍ ବୋଲି କହିଛନ୍ତି ରେଖା । ଜଣେ ଅଭିନେତ୍ରୀ ଭାବେ ନିଜ କ୍ୟାରିୟରକୁ ନେଇ ସେ ଖୁବ୍ ସନ୍ତୁଷ୍ଟ । ଏବେ ଆରାମ ଜୀବନଯାପନ କରିବାକୁ ଚାହୁଁଛନ୍ତି ରେଖା । 

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ