ହାତ ଗୋଡ ଝିମ ଝିମ ବା ଶୂନ ହେଇଯାଉଛି କି ?? ତେବେ କରନ୍ତୁ ଏହି ଉପାୟ

.

Published On: Feb 02, 2018 04:47 PM IST | Updated On: Feb 02, 2018 04:51 PM IST |   2777

ଅଧିକାଂଶ ସମୟ ବସି ରହିଲେ ବା ଛିଡା ହେଲେ ନଚେତ୍ କୌଣସି ଯାଗାରେ ବେଶି ସମୟ ପ୍ରେସର ପକାଇଲେ ଆମ ହାତ ଓ ପାଦ ଝିମ ଝିମ ହୋଇଯାଏ । ଏହା ଏକ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କର ସବୁବେଳେ ଏମିତି ହେଉଥାଏ, ତାହେଲେ ଏହା ସାଧାରଣ ନୁହେଁ । ଏହା କୌଣସି ବଡ ରୋଗର ଲକ୍ଷଣ ହୋଇପାରେ । ଏପରି ହେଉଥିଲେ ଆପଣ ଯଥାଶୀଘ୍ର ଡାକ୍ତର ପରାମର୍ଶ ନିଅନ୍ତୁ । ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଏହାର ଘରୋଇ ଉପାୟ ।

ଯଦି ଆପଣଙ୍କର ହାତ ଓ ପାଦ ଝିମ ଝିମ ବା ଶୂନ ତାହେଲେ ଉଷୁମ ପାଣିର ଶେକ ଦିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କୁ ଆରାମ ମିଳିବ ।

ଯଦି ଆପଣ ନିୟମିତ ନଡିଆ ତେଲ ଓ ସୋରିଷ ତେଲକୁ ଉଷୁମ କରି ହାତ ଓ ଗୋଡରେ ଘସନ୍ତି, ତେବେ ଆପଣଙ୍କ ହାତ ଓ ପାଦ ଝିମ ଝିମ ବା ଶୂନ ହୋଇନଥାଏ ।

ପ୍ରତିଦିନ ହାତ ଓ ପାଦ ବ୍ୟାୟମ କରିବା ଦ୍ବାରା ହାତ ଗୋଡ ଝିମ ଝିମ ବା ଶୂନ ହୋଇନଥାଏ ।

ଦୁଇ ଚାମଚ ଡାଲଚିନ ଗୁଣ୍ଡ ସହ ଏକ ଚାମଚ ମହୁ ମିଶାଇ ପିଇବା ଦ୍ବାରା ହାତ ଓ ପାଦ ଝିମ ଝିମ ହୁଏ ନାହିଁ ।

ଖାଦ୍ୟ ତାଲିକାରେ ଭିଟାମିନ୍ ବି ଏବଂ ଭିଟାମିନ୍ ବି ୧୨ ସାମିଲ କଲେ, ଏସବୁ ସମସ୍ୟା ଦେଖା ଦିଏ ନାହିଁ । ସେଗୁଡିକ ହେଲା:- ଅଣ୍ଡା, ମାଛ, କଦଳୀ, ସୋୟା ବଡି, କ୍ଷୀର, ଦହି ଇତ୍ୟାଦି ।

Tags:

Like Us

Breaking News

କଟକ: ଶିଶୁଭବନରେ ଉତ୍ତେଜନା, ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ରୋଗୀ ସେବା ବ୍ୟାହାତ ବ୍ରହ୍ମପୁର: ସାନ ରାମଚନ୍ଦ୍ର ପୁର ବାହାର ଭାଟି ମହୁଲ ମଦ ଦୋକାନରୁ ଡ଼କାୟତି, ମାଉଜର ଦେଖାଇ ଲଖ୍ୟାଧିକ ଟଙ୍କା ଲୁଟ୍ ଅଭିଯୋଗ ମୁମ୍ବାଇ: ଦିନ ୨ଟା ବେଳେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିବ ଶ୍ରୀଦେବୀଙ୍କ ପାର୍ଥିବ ଶରୀର କେନ୍ଦୁଝର: ବସ୍ ଓଲଟି ପଡି ୨୦ ଜଣ ଯାତ୍ରୀ ଆହତ